ବର୍ଷେ ବିତିଲା ହମାସ କିପରି କରୁଛି ଯୁଦ୍ଧ ?

 

 

2021 ମସିହାରେ ଇସ୍ରାଏଲ ଏକ ଛୋଟ ଯୁଦ୍ଧ କରିଥିଲା ।  11 ଦିନିଆ ଆକ୍ରମଣରେ ହମାସ ଇସ୍ରାଏଲ ଉପରେ 4,300 ରକେଟ ଗୁଳି ଚଳାଇଥିଲା। କିନ୍ତୁ ଇସ୍ରାଏଲ ହମାସ ଉପରେ ବୋମା ମାଡ଼ କରି ଅଣ୍ଟା ଭାଙ୍ଗି ଦେଇଥିଲା । ଏହାପରେ  ହାମାସ ଇସ୍ରାଏଲ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିଲା ନାହିଁ  । ଶରଣ ପଶିଥିଲା । ଶାନ୍ତି ପାଇଁ ଆଲୋଚନା କରିଥିଲା । ସେବେଠାରୁ ହମାସ ଆକ୍ରମଣ ସଂପୂର୍ଣ୍ଣ ବନ୍ଦ ରଖିଥିଲା । କିନ୍ତୁ ନିଜକୁ ଶକ୍ତିଶାଳି ଭିତରେ ଭିତରେ କରି ଚାଲିଥିଲା ।  2021 ମସିହାରେ ଇସ୍ରାଏଲର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଗାଜା ଉପରେ ବୋମା ମାଡ଼ କରିଥିଲା ସତ କିନ୍ତୁ ବଙ୍କର ଧ୍ବଂସ କରିପାରିନଥିଲା । ସେହି ସବୁ ବଙ୍କର ପୁଣି ହମାସ ଅତ୍ୟାଧୁନିକ କରିବାରେ ଲାଗିଲା । ଯାହାକି ଆଜି ତାକୁ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ କରିବାରେ ସାହାଯ୍ୟ କରୁଛି ।

ତେବେ ହମାସର ସୃଷ୍ଟି ହେଲା କିପରି

1987 ରେ ପାଲେଷ୍ଟାଇନ ଧର୍ମଗୁରୁ ଶେଖ ଅହମ୍ମଦ ୟାସିନ ହମାସ ସଂଗଠନ ସୃଷ୍ଟି କରିଥିଲେ । ପ୍ରଥମେ ଏହା ନିଜ ସମାଜର ଲୋକଙ୍କୁ ସାହାଯ୍ୟ କରୁଥିଲା । ପରେ ଏହା କ୍ଷମତା ହାସଲ କରିବାରେ ଲାଗିଲା । ଗୋଟିଏ ସହରର କ୍ଷମତା ହାସଲ ପାଇଁ ହମାସ ନିଜକୁ ଏକ ସମାଜସେବାକାରୀ ସଂଗଠନ ଭାବେ ପ୍ରଥମେ ବ୍ୟବହାର କରିଥିଲା ।  ହାମାସ ପ୍ରଥମେ 2006 ରେ ଗାଜାରେ କ୍ଷମତାକୁ ଆସିଥିଲା। ଏହା ପରେ ହମାସ୍ ଧୀରେ ଧୀରେ ନିଜର ସାମରିକ ଦକ୍ଷତା ବୃଦ୍ଧି କରିବା ଆରମ୍ଭ କଲା | ଉପର ରାସ୍ତା ଅପେକ୍ଷା ବଙ୍କର ରାସ୍ତା ନିର୍ମାଣ କରିଚାଲିଲା ହମାସ ।  2008 ସୁଦ୍ଧା, ଯେତେବେଳେ ହାମାସ ଇସ୍ରାଏଲ ବିରୁଦ୍ଧରେ ପ୍ରଥମ ଯୁଦ୍ଧ ଆରମ୍ଭ କଲା, ସେତେବେଳେ ଏହା ଏକ ସାମରିକ ଶାସନ ଭାବେ ଘୋଷଣା କରିଥିଲା ।

କିଏ ଯୋଗାଇଲା ଅସ୍ତ୍ର

ମିଶର, ଲେବାନନରେ ଅବସ୍ଥିତ ଏକ ସଶସ୍ତ୍ର ସଂଗଠନ ହିଜବୁଲାଙ୍କ ସମର୍ଥନରେ ହମାସକୁ ଅସ୍ତ୍ରଶସ୍ତ୍ର ମିଳିଲା ।  ହାମାସର ହଜାର ହଜାର ସଦସ୍ୟଙ୍କୁ ତାଲିମ ଦେଇଥିଲା ହିଜବୁଲ୍ଲା। ସେହି ସମୟରେ ହାମାସ ମେକିଫିଟ୍ ରକେଟ୍ ଉତକ୍ଷେପଣ କରୁଥିଲା ଇସ୍ରାଏଲ ଉପରେ । ଇସ୍ରାଏଲର ପ୍ରତି ଆକ୍ରମଣରେ ଗାଜାରେ  ପ୍ରାୟ 1200–1400 ପାଲେଷ୍ଟାଇନୀୟଙ୍କୁ ହତ୍ୟା କରିଥିଲା।

ହମାସ ନିଜକୁ ଅପଡେଟ କେବେ କଲା?

2014 ରେ ହମାସ ଇସ୍ରାଏଲ ବିରୁଦ୍ଧରେ ତୃତୀୟ ଯୁଦ୍ଧ ଆରମ୍ଭ କଲା, ସେତେବେଳେ ଏହାର ବ୍ୟାପକ ଯୁଦ୍ଧ କ୍ଷମତା ପ୍ରସ୍ତୁତ ଥିଲା | ଏହାର ରକେଟ ସଂଖ୍ୟା ବଢ଼ିଥିଲା ।  ହାମାସ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ପର୍ଯ୍ୟନ୍ତ ଟନେଲ ନିର୍ମାଣ କରିସାରିଥିଲା ।  ଟନେଲ ମାଧ୍ୟମରେ ହମାସ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିଲା ମିଶରରୁ । ସମୟ ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ମିଶରରୁ ସଂଗୃହିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲା  | 2021 ବେଳକୁ ହମାସ ଏହାର ଗ୍ରାଉଣ୍ଡ କମାଣ୍ଡୋ ବାହିନୀ ଗଠନ କରିସାରିଥିଲା । ସେମାନେ ଦକ୍ଷ ଥିଲେ । ଯେଉଁମାନେ 100 ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିପାରିବେ । ଆଉ 2023ରେ ଅତର୍କିତ ଆକ୍ରମଣ କରିଥିଲା ହମାସ । ହମାସକୁ ଇରାନ, ଲେବାନନ, ପାଲେଷ୍ଟାଇନ, ମିଶର, ସିରିଆ ସମର୍ଥନ କରୁଥିଲେ । ଆଜିବି ଏହି ସବୁ ଦେଶ ଭିତରେ ହମାସକୁ ସମର୍ଥନ କରୁଛନ୍ତି । ସେଥିପାଇଁ ହମାସ, ହିଜବୁଲା ବର୍ଷେ ପର୍ଯ୍ୟନ୍ତ ଲଢ଼ିଆସୁଛି । ଆତ୍ମସମର୍ପଣ କରୁନାହିଁ ।