ଲେବାନନ୍ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଅଣ୍ଟା ଭାଙ୍ଗୁଛି ଇସ୍ରାଏଲ
ଲେବାନନ୍ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଏବେ ଲୁୁଚି ଲୁଚି ଆକ୍ରମଣ କରୁଛି । ଲେବାନନ ଏହି ସଂଗଠନକୁ ସମର୍ଥନ କରୁଥିବାରୁ ଇସ୍ରାଏଲ ଚେତାବନୀ ଦେଇଛି । ପ୍ରତିଶୋଧ ନେବାକୁ ଗତରାତିରେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିଛି ହେଜବୁଲ୍ଲା। ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ୍ରେ ଅଧିକ ସୈନ୍ୟ ମୁତୟନ କରିବା ସହ ଉତ୍ତର ଗାଜାରେ ବି ଆକ୍ରମଣ ଜାରି ରଖିଛି। ଗୋଟିଏ ଗୋଟିଏ ବଡ଼ ମୁଣ୍ଡ ନେଉଛି ଇସ୍ରାଏଲ ସେନା ।
ହେଜବୁଲ୍ଲା ଉତ୍ତର ଇସ୍ରାଏଲରେ ରକେଟ ମାଡ଼ କରିବା ପରେ ଇସ୍ରାଏଲର ସ୍ଥଳ ଅଭିଯାନ ଓ ବିମାନ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନ୍ରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେବାନନ୍କୁ ଚେତାବନୀ ଦେଇଛନ୍ତି । ଗାଜା ଭଳି ପରିଣାମ ଭୋଗିବାକୁ ଅପେକ୍ଷା କରିବାକୁ କହିଛନ୍ତି ।
ଲେବାନନ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ନିଜ ଦେଶକୁ ହେଜବୁଲ୍ଲାଠାରୁ ମୁକ୍ତ କରନ୍ତୁ ଯାହାଦ୍ୱାରା ଏହି ଯୁଦ୍ଧ ଶେଷ ହୋଇପାରିବ ନ ହେଲେ ଲେବାନନ୍ ଲମ୍ବା ଯୁଦ୍ଧ ସହ ଗାଜା ଭଳି ବିଧ୍ୱଂସର ସମ୍ମୁଖୀନ ହେବ।
ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାଙ୍କ ନିଧନ ପରେ ଜଣେ ନୂତନ ମୁଖ୍ୟଙ୍କ ନାମ ଘୋଷଣା କରିବ, କିନ୍ତୁ ଯୁଦ୍ଧ କାରଣରୁ ଘୋଷଣା କରିନାହିଁ । କାରଣ ଭୟ ରହିଛି ଇସ୍ରାଏଲର ।