ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା : ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ

ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା  । ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ  । ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ଏଥିରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହଲ୍‌ରେ ନିଆଁ ଲାଗିଥିବାରୁ ସାଂଘାତିକ ସ୍ଥିତି ଉପୁଜିଛି। ନିଆଁ ଘେରରୁ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି। ଆଜି ଅପରାହ୍‌ଣରେ ୫ ଜଣ ଜଣ ମୁଖାଧାରୀ ବ୍ୟକ୍ତି ହଲ୍‌ ଭିତରକୁ ପଶି ଲୋକଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ସଙ୍ଗୀତ ସମାରୋହ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି ହଲ୍‌ରେ ଏଭଳି ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିକଟରେ ଏକ ସପିଂମଲ୍‌ ରହିଛି। ପୁଣି ସଂଧ୍ୟା ସମୟ ହୋଇଥିବାରୁ ଲୋକଙ୍କ ଭିଡ଼ ଅଧିକ ରହିଥିଲା।