ପଶ୍ଚିମ ଏସିଆରେ ଯୁଦ୍ଧର ସ୍ଥିତି ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏକ ଭୟଙ୍କର ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ହ୍ବାଇଟ୍ ହାଉସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଆକ୍ରମଣ ଥିଲା। ଏହି ଅପରେସନରେ ଖେମିନିଙ୍କ ସମେତ ଇରାନର ଅନେକ ଶୀର୍ଷ ନେତା ମୂଳପୋଛ ହୋଇଯାଇଛନ୍ତି। ଆମେରିକା ଏହି ଅଭିଯାନକୁ ଏକ ବଡ଼ ସଫଳତା ଭାବେ ଅଭିହିତ କରିଛି।
ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଏହି ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ଆକ୍ରମଣରେ ଖେମିନିଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ସେନାକୁ ଦୃଢ଼ ସଙ୍କେତ ମିଳିଛି। ଏହି ଘଟଣା ପରେ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇଛି।
ଆଗାମୀ ଦିନରେ ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଉଛି।