ଜାତିସଂଘର ସୁରକ୍ଷା ପରିଷଦକୁ ଇରାନ ର ଧମକ

ଇରାନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇରାନକୁ ଚେକ୍ ଦେବାକୁ ଆମେରିକା ଯେତେ ଚେଷ୍ଟା କଲେ ବି ସବୁ ଫେଲ୍ ମାରିଛି । ସେପଟେ ଇରାନ୍ ହର୍ମୁଜ ପ୍ରଣାଳୀକୁ ପ୍ରାୟ ବନ୍ଦ କରିଦେବା ଫଳରେ ବିଶ୍ବରେ ଶକ୍ତି ସଙ୍କଟ ଦେଖା ଦେଇଛି । ଏବେ ହର୍ମୁଜ ପ୍ରାଣାଳୀ ଉପରେ ନିଷ୍ପତ୍ତି ନେବା ଲାଗି ଜାତିସଂଘର ସୁରକ୍ଷା ପରିଷଦରେ ଭୋଟିଂ ହେବାକୁ ଯାଉଛି । ତାପୂର୍ବରୁ ଇରାନ୍ ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଇଛି । କୌଣସି ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପରିସ୍ଥିତି ଆହୁରି ଖରାପ ହୋଇଯିବ ବୋଲି କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ।

ହର୍ମୁଜ ପ୍ରାଣାଳୀ ଦେଇ ଜାହାଜ ଚଳାଚଳକୁ ସୁରକ୍ଷା ଦେବା ପାଇଁ ବାହିନୀ ଗଠନ କରିବାକୁ ଏକ ଡ୍ରାଫ୍ଟ ପ୍ରସ୍ତାବ ଉପରେ ସୁରକ୍ଷା ପରିଷଦର ଭୋଟ୍ ପୂର୍ବରୁ ଆରାଘଚି ଏଭଳି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀର ପରିସ୍ଥିତି ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦ ସମେତ ଆକ୍ରମଣକାରୀ ଏବଂ ସେମାନଙ୍କ ସମର୍ଥକଙ୍କ ଦ୍ୱାରା ଯେକୌଣସି ଉତ୍ତେଜନାମୂଳକ କାର୍ଯ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିବ। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ସୁରକ୍ଷା ଦେବା ପାଇଁ ‘ପ୍ରତିରକ୍ଷା’ ଶକ୍ତି ବ୍ୟବହାରକୁ ଅନୁମତି ଦେବାକୁ ବାହାରିନ ଦ୍ୱାରା ଏହି ଡ୍ରାଫ୍ଟ ପ୍ରସ୍ତାବ ଆଗତ କରାଯାଇଛି । ଇରାନ ଆକ୍ରମଣ ଯୋଗୁଁ ବିଶ୍ୱର ଏକ ପଞ୍ଚମାଂଶ ତୈଳ ଯୋଗାଣ ପାଇଁ ବ୍ୟବହୃତ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଛି। ବାହାରିନ ବର୍ତ୍ତମାନ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ପଦରେ ଅଛି।

ଆମେରିକା ଏବଂ ଉପସାଗରୀୟ ଦେଶମାନଙ୍କ ଦ୍ୱାରା ସମର୍ଥିତ ଡ୍ରାଫ୍ଟ ପ୍ରସ୍ତାବ ଉପରେ ଭୋଟ୍ ଆଜି ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ପରେ କୌଣସି ନୂତନ ତାରିଖ ସ୍ଥିର ନହୋଇ ଏହାକୁ ସ୍ଥଗିତ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରୁଷ, ଚୀନ୍ ଏବଂ ଫ୍ରାନ୍ସ ସମେତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ବ ଡ୍ରାଫ୍ଟ ଉପରେ ଆପତ୍ତି କରିଥିଲେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ, ଚୀନ୍ ଏବଂ ଫ୍ରାନ୍ସ ଦ୍ୱାରା ଆପତ୍ତି ଉଠାଇବା ପରେ ଡ୍ରାଫ୍ଟରେ ଚାରୋଟି ସଂଶୋଧନ କରାଯାଇଛି। ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି ଯେ, ଭୋଟ୍ ଶନିବାର ହେବ ବୋଲି ଆଶା କରାଯାଉଛି।

ଆମେରିକା ଏବଂ ଉପସାଗରୀୟ ଦେଶମାନଙ୍କ ଦ୍ୱାରା ସମର୍ଥିତ ଡ୍ରାଫ୍ଟ ପ୍ରସ୍ତାବ ଉପରେ ଭୋଟ୍ ଆଜି ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ପରେ କୌଣସି ନୂଆ ତାରିଖ ସ୍ଥିର ନହୋଇ ଏହାକୁ ସ୍ଥଗିତ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରୁଷ, ଚୀନ୍ ଏବଂ ଫ୍ରାନ୍ସ ସମେତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ବ ଡ୍ରାଫ୍ଟ ଉପରେ ଆପତ୍ତି ଉଠାଇଥିଲେ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ, ଚୀନ୍ ଏବଂ ଫ୍ରାନ୍ସ ଦ୍ୱାରା ଆପତ୍ତି ଉଠାଇବା ପରେ ଡ୍ରାଫ୍ଟରେ ଚାରୋଟି ସଂଶୋଧନ କରାଯାଇଛି।

ଆମେରିକା ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହି ଖବର ଆସିଛି। ଟ୍ରମ୍ପ ଇରାନକୁ ବହୁତ ବିଳମ୍ବ ହେବା ପୂର୍ବରୁ ଏକ ଚୁକ୍ତି କରିବାକୁ ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଗୁରୁବାର (ଏପ୍ରିଲ ୨ ) ତାଙ୍କ ଦେଶର ସେନାକୁ ପ୍ରଶଂସା କରି କହିଛନ୍ତି ଯେ, ସେମାନେ ଇରାନରେ ଯାହା ଅଛି ତାହା ନଷ୍ଟ କରିବା ଆରମ୍ଭ କରିନାହାଁନ୍ତି। ସେ ତେହେରାନର ନୂତନ ଶାସନକୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ (ଆମେରିକୀୟ ସେନା) ଜାଣନ୍ତି କ’ଣ କରିବାକୁ ପଡିବ।

Leave a comment