ଆମେରିକା ଯଦି ନିଜ ବିଶ୍ୱବିଦ୍ୟାଳୟର ସୁରକ୍ଷା ଚାହୁଁଛି ତେବେ ଇରାନର କଥା ମାନିବାକୁ ପଡିବ – ଆଇଆରଜିସି
ମଧ୍ୟପ୍ରାଚ୍ୟରେ ଅସ୍ଥିରତା କମୁନି । ଇରାନ ଉପରେ ମିସାଇଲ ଆକ୍ରମଣ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ ପଲଟା ଜବାବ ଦେଉଛି। ସେପଟେ ଆମେରିକା ଆହୁରି ୩୫୦୦ କମାଣ୍ଡୋଙ୍କୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଇଛି। ଏସବୁ ଭିତରେ ଆମେରିକାକୁ କଡାଚେତାବନୀ ଦେଇଛିଇରାନ । ଦେଶର ରିଭଲ୍ୟୁସନାରୀ ଗାର୍ଡ ବା ଆଇଆରଜିସି ୟୁଏସକୁ ଧମକ ଦେଇଛି ।
ଆଇଆରଜିସି କହିଛି ଯେ, ସେମାନଙ୍କ ଦାବି ଆମେରିକା ଶୀଘ୍ର ପୂରଣ କରିବା ଦରକାର । ନଚେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ଅନେକ ୟୁନିଭର୍ସିଟିକୁ ଟାର୍ଗେଟ୍ କରାଯିବ । ରବିବାର ଜାରି କରିଥିବା ବୟାନରେ ଆଇଆରଜିସି ଅଭିଯୋଗ କରିଛି ଯେ, ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ଇରାନର ଦୁଇଟି ବିଶ୍ୱବିଦ୍ୟାଳୟ ଧ୍ୱଂସ ହୋଇଯାଇଛି । ଏହାର ଜବାବ ଦିଆଯିବ ।
ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ଯଦି ନିଜ ବିଶ୍ୱବିଦ୍ୟାଳୟର ସୁରକ୍ଷା ଚାହୁଁଛି ତେବେ ଇରାନର କଥା ମାନିବାକୁ ପଡିବ । ମାର୍ଚ୍ଚ୩୦ତାରିଖ ଦିନ୧୨ଟା ସୁଦ୍ଧା ୟୁଏସ ଏସବୁ ଆକ୍ରମଣକୁ ଔପଚାରିକ ଭାବେ ନିନ୍ଦା କରିବା ଉଚିତ । ନଚେତ ଇରାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଏହି ଧମକ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ସୁରକ୍ଷାଜନିତ ଚିନ୍ତା ବୃଦ୍ଧି ପାଇଛି । କାରଣ ଏଠାରେ ଅନେକଆମେରିକୀୟଶିକ୍ଷାନୁଷ୍ଠାନ ରହିଛି । ଯେଉଁଠି ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅନେକ କର୍ମଚାରୀ ମଧ୍ୟ କ୍ୟାମ୍ପସରେ ରହୁଛନ୍ତି । ଯାହାକୁ ଆମେରିକା ଗୁରୁତର ସହ ନେଇପାରେ ।