ସାରା ବିଶ୍ୱ ଏବେ ଯୁଦ୍ଧ ମୁହାଁ । ବିଶ୍ୱର ଭିନ୍ନ ଭିନ୍ନ ଦେଶ ଏବେ ଯୁଦ୍ଧ ଲଢୁଛନ୍ତି । ୟୁକ୍ରେନ ଋଷ ସହ, ଇସ୍ରାଏଲ ପାଲେଷ୍ଟାଇନ ସହ ଘମାଘୋଟ ଯୁଦ୍ଧ ଲଢୁଛି । ଏହାରି ଭିତରେ ଆଉ ଏକ ଦେଶ ଯୁଦ୍ଧ ଲଢିବାକୁ ସଜବାଜ ହେଉଛି । ଗୋଟିଏ ପଟେ ଆମେରିକା ଓ ଅନ୍ୟପଟେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିପାରନ୍ତି । ଏହାକୁ ନଜରରେ ରଖି ଇରାନ ଏବେ ଚୀନ ସହ ଏକ ବଡ଼ ଯୁଦ୍ଧାସ୍ତ୍ର ଚୁକ୍ତି କରିଛି ।
ଆମେରିକା ବାରମ୍ବାର ଧମକ ଦେଉଛି କି, ସେ ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଦେବ ନାହିଁ । ଏବେ ଏବେ ଆମେରିକା ଇରାନକୁ ଏକ ପ୍ରସ୍ତାବ ଦେଇଥିଲା । ଯେଉଁଥିରେ ଇରାନକୁ ସୀମିତ ସ୍ତରରେ ୟୁରାନିୟମ ସମ୍ବର୍ଦ୍ଦନ ପାଇଁ ଆମେରିକା ଅନୁମତି ଦେଇଥିଲା । ଏବେ ଇରାନ ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧିତ କାର୍ଯ୍ୟକ୍ରମ ଉପରୁ ଆମେରିକା ପ୍ରତିବନ୍ଧକ ହଟାଉ ବୋଲି ଦାବି କରିଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିଧାସଳଖ ମନା କରିଦେଇଛନ୍ତି ।