process-of-returning-indians-from-ukraine-has-begun
ମେଟ୍ରୋ ଟିଭି ଓଡିଶା (୨୨ .୨.୨୦୨୨) :
ଆଜି ୟୁକ୍ରେନରୁ ଫେରିବେ ଭାରତୀୟ । ୟୁକ୍ରେନ୍ରୁ ଭାରତୀୟଙ୍କୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ । ୟୁକ୍ରେନ୍ ଅଭିମୁଖେ ଉଡ଼ାଣ ଭରିଛି ଏୟାର ଇଣ୍ଡିଆ ବିମାନ । ୨୦୦ ସିଟ୍ ବିଶିଷ୍ଟ ଏୟାର ଇଣ୍ଡିଆ ବିମାନ ଭରିଛି ଉଡ଼ାଣ ।

ଆଜି ରାତି ସୁଦ୍ଧା ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଫେରିବ ବିମାନ। ସପ୍ତାହରେ ୩ଟି ବିମାନରେ ଫେରିବେ ଭାରତୀୟ ନାଗରିକ । ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସର ଆମ୍ବାସାଡର ଅଛନ୍ତି ପାର୍ଥ ଶତପଥୀ ।

୧୯୯୦ ବ୍ୟାଚ୍ ଓଡ଼ିଆ ଆଇଏଫଏସ୍ ଅଫିସର । ତାଙ୍କ ଘର ଭୁବନେଶ୍ୱରରେ । କ୍ୱିଭରେ ଉତ୍ତେଜନା ବେଳେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଗୁରୁ ଦାୟିତ୍ୱ ବହନ କରିଛନ୍ତି।