ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ୧୦ ବର୍ଷ ପୂର୍ବରୁ ସୁଷମ ସ୍ଵରାଜ ପାକିସ୍ତାନ ଗ୍ରସ୍ତ ରେ ଯାଇଥିଲେ, ଏବେ ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ ଯାଉଛନ୍ତି। ପଡ଼ୋଶୀ ଦେଶ ପାକିସ୍ତାନରେ ହେବାକୁ ଥିବା ଏସସିଓ ବୈଠକରେ ଭାରତ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା। ଶେଷରେ ଭାରତ ଏଥିରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏସସିଓ ବୈଠକରେ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ ବୋଲି ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି|ଏସସିଓ ବୈଠକ ଅକ୍ଟୋବର ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଚୀନ ଓ ରୁଷିଆ ଭଳି ଦେଶ ମଧ୍ୟ ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିବା ସହ କହିଛି ଯେ ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବାକି କାର୍ଯ୍ୟକ୍ରମ କ’ଣ ହେବ, ପରେ ସୂଚନା ଦିଆଯିବ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Next Post