ଭାରତୀୟଙ୍କୁ ଦିଅନି ନିଯୁକ୍ତି – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି । ଟ୍ରମ୍ପ ଓ୍ବାଶିଂଟନ ଡିସିରେ ଆୟୋଜିତ ଏଆଇ ସମିଟରେ କହିଛନ୍ତି କି ‘ଆମେରିକାର ସବୁଠାରୁ ବଡ ଟେକ୍ କମ୍ପାନୀମାନେ ଆମ ସ୍ବାଧୀନତାର ଲାଭ ଉଠାଉଛନ୍ତି । କିନ୍ତୁ କାରଖାନା ଚୀନରେ ଲଗାଉଛନ୍ତି ଏବଂ ଭାରତୀୟଙ୍କୁ ନିଯୁକ୍ତି ଦେଉଛନ୍ତି ।’

ଏହା ସହ ସେ ଏହା ମଧ୍ୟ କହିଛନ୍ତି କି ‘ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନୀମାନେ ଆମେରିକୀୟ କର୍ମଚାରୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ । ଏହା ଦ୍ବାରା ଦେଶର ହିତ ହେବ । ନିଯୁକ୍ତି ପାଇଁ ସର୍ବପ୍ରଥମେ ଆମେରିକାବାସୀ ପ୍ରଥମ ବିକଳ୍ପ ହେବା ଉଚିତ୍ ଏବଂ ସେମାନଙ୍କୁ ପ୍ରଥମେ ନିଯୁକ୍ତି ମିଳିବା ଉଚିତ୍ ।’ ଟ୍ରମ୍ପଙ୍କ କହିବାନୁସାରେ ବିଦେଶରେ ଫ୍ୟାକ୍ଟ୍ରି ଏବଂ ଅନ୍ୟ ଦେଶର କର୍ମଚାରୀଙ୍କ ଉପରେ ପଇସା ଲଗାଇ ଆମେରିକାର କମ୍ପାନୀମାନେ ଆମେରିକୀୟଙ୍କ ଅଧିକାରର ହତ୍ୟା କରୁଛନ୍ତି ।

ଭାରତର ଆଇଟି ସେକ୍ଟର  ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ପରେ ପ୍ରଭାବିତ ହୋଇପାରେ । ଭାରତରେ ଗୁଗଲ, ମାଇକ୍ରୋସଫ୍ଟ ଏବଂ ଅନ୍ୟ ଟେକ୍ କମ୍ପାନୀମାନଙ୍କରେ ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି ଏବଂ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ ଭଳି ସହରରେ ବଡ ବଡ ଅଫିସ ଚଳାଉଛନ୍ତି । ଟ୍ରମ୍ପଙ୍କ ନିୟମ ଫଳରେ H-1B ଭିସା ନିୟମ ଅଧିକ କଡା ହୋଇପାରେ ଯାହା ଫଳରେ ଭାରତୀୟ ଟେକ୍ ପ୍ରଫେସନାଲ୍ସଙ୍କୁ ଆମେରିକାରେ ଚାକିରି ମିଳିବା କଷ୍ଟସାଧ୍ୟ ହୋଇପାରେ । ଏହା ସହିତ ଭାରତରେ ନୂଆ ନିଯୁକ୍ତି କମ୍ ହେବା ଫଳରେ ଆଇଟି କମ୍ପାନୀ ଏବଂ ଷ୍ଟାର୍ଟଅପ୍ସ ଉପରେ ଚାପ ବଢିପାରେ ।

Leave a comment