ଇମ୍ରାନ ଖାନଙ୍କୁ ଆଶ୍ବସ୍ତି: ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍

ଇସଲାମବାଦ: ଇମ୍ରାନ ଖାନଙ୍କୁ ଆଶ୍ବସ୍ତି ମିିଳିଛି ଇସଲାମବାଦ ହାଇକୋର୍ଟରୁ ।  ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍ । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋସାଖାନା ମାମଲାରେ  ସ୍ଥଗିତାଦେଶ ଜାରି କରିଥିବା ବେଳେ ଅଲ-କାଦିର ଟ୍ରଷ୍ଟ ମାମଲାରେ ଜାମିନ ଶୁଣାଣି କରି 2 ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି ।

ପୂର୍ବାହ୍ନରେ ଇମ୍ରାନ ଇସଲାମାବାଦ ହାଇକୋର୍ଟରେ ପହଞ୍ଚିବା ପରେ ହଂଗାମା ସୃଷ୍ଟି ହୋଇଥିଲା । ଇମ୍ରାନଙ୍କ ସମର୍ଥକ ଓକିଲମାନେ ହୋହଲା କରିବାକୁ ଜଜମାନେ ନିରୁପାୟ ହୋଇ ବାହାରକୁ ପଳାଇଯାଇଥିଲେ । ପରେ ଅପରାହ୍ନରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଏପରି ରାୟକୁ ପାକିସ୍ତାନ ଶାସକ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଖୋଦ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆଜି କୋର୍ଟରେ  ଶୁଣାଣି ଆରମ୍ଭ ହେବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶୁଣାଣି ସମୟରେ ଇମ୍ରାନଙ୍କ ସମର୍ଥକ ଓକିଲମାନେ ଇମ୍ରାନଙ୍କ ସ୍ଲୋଗାନ ଦେଇଥିଲେ । ନାରାବାଜି କରିଥିଲେ ।  କୋର୍ଟ ପରିସରରେ ଗଣ୍ଡଗୋଳ ସୃଷ୍ଟି କରିଥିଲେ, ଯେଉଁ କାରଣରୁ ଜଜ୍ ରୁମରୁ ବାହାରି ପଳାଇଥିଲେ।

ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଥିଲେ ଏବଂ ତୁରନ୍ତ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ତାଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ସନ୍ଧ୍ୟାରେ ଇମ୍ରାନ ତାଙ୍କ ସମର୍ଥକଙ୍କୁ ଶାନ୍ତି ପାଇଁ ନିବେଦନ କରିଥିଲେ ଯେ ତାଙ୍କୁ ଜେଲରେ ବାଡିରେ ପିଟିଥିଲେ।

ଇମ୍ରାନ କହିଥିଲେ ଯେ ଅପରାଧୀଙ୍କ ସହ ମଧ୍ୟ ଏପରି ଆଚରଣ ଗ୍ରହଣୀୟ ନୁହେଁ। ସେ କହିଛନ୍ତି – ମୋତେ ଆତଙ୍କବାଦୀ ବିବେଚନା କରାଯାଉଥିଲା । ଇମ୍ରାନ କହିଛନ୍ତି ଯେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଆତଙ୍କବାଦୀ ଭଳି ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ଇସଲାମାବାଦ ହାଇକୋର୍ଟରୁ ସାମରିକ ବାହିନୀ ଦ୍ବାରା  ଗିରଫ କରାଯାଇଥିଲା।  ଗିରଫ କରିଥିବା ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ  କଡ଼ା ସୁରକ୍ଷା ଅଧୀନରେ ଇମ୍ରାନ ଖାନଙ୍କୁ କୋର୍ଟକୁ ଆଣିଥିଲେ ।

ଇମ୍ରାନ କୋର୍ଟ ପରିସରରେ ଆଜି ପ୍ରବେଶ କରିବା ମାତ୍ରେ କୋର୍ଟର ଦ୍ୱାର ବନ୍ଦ ହୋଇଯାଇଥିଲା ଏବଂ ବେଞ୍ଚ ଶୁଣାଣି ଆରମ୍ଭ କରିଥିଲା। ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ ଇମ୍ରାନଙ୍କୁ କହିଥିଲେ, ‘ଆପଣଙ୍କୁ ଦେଖିବା ଭଲ ଲାଗିଲା। ଆମେ ବିଶ୍ୱାସ କରୁ ଯେ ତୁମର ଗିରଫ ବେଆଇନ ଅଟେ ।

ତେବେ ଶାସକ ଦଳ ପକ୍ଷରୁ କୁହାଯାଇଛି ସୁପ୍ରିମକୋର୍ଟର ପ୍ରଧାନ ବିଚାର ପତି ଇମ୍ରାନଙ୍କ ଦଳରେ ସାମିଲ ହୋଇଯିବା ଆବଶ୍ୟକ । ମରିୟମ କହିଛନ୍ତି ଯେ ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ଉତ୍ତର ଦେବାକୁ ପଡିବ। ୱାରେଣ୍ଟ ନେଇ ପୋଲିସ ଲାହୋର ଯାଇଥିବା ବେଳେ ଲାହୋରରେ ପୋଲିସ କର୍ମଚାରୀଙ୍କ ମୁଣ୍ଡ କାଟି ଦିଆଯାଇଥିଲା। ଯଦି ଇମ୍ରାନଙ୍କୁ ଦଣ୍ଡ ଦିଆଯାଇଥାନ୍ତା ତେବେ ଦେଶ ଆଜି ଜଳି ନଥାନ୍ତା। ଇମ୍ରାନଙ୍କ ପାଇଁ ଦେଶରେ ଆଇନ କାନୁନ ପରିସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି ।