କାଙ୍ଗାଳ ହୋଇଗଲାଣି ପାକିସ୍ତାନ, ଆଉ ମାତ୍ର ୫ ଦିନ ପରେ ସରିଯିବ ଡିଜେଲ୍
ମେଟ୍ରୋ ଟିଭି ଓଡିଶା (୧୫ .୩ . ୨୦୨୨) :
ଦିନକୁ ଦିନ କାଙ୍ଗାଳ ହୋଇଯାଉଛି ପାକିସ୍ତାନ। ବିଗିଡିଗଲାଣି ଆର୍ଥିକ ସ୍ଥିତି। ପୂର୍ବରୁ ଗରିବ ପାକିସ୍ତାନ ସାମ୍ନାରେ ଆଉ ଏକ ବଡ଼ ସମସ୍ୟା ଉପୁଜିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବର୍ତ୍ତମାନ ଇମ୍ରାନ ଖାନ ସରକାରଙ୍କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଦେଇଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧୧୨ ଡଲାରରେ ପହଞ୍ଚିଛି।

କିନ୍ତୁ ରୁଷ-ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ତୈଳ ଦର ବ୍ୟାରେଲ ପିଛା ୬୪ ଡଲାର ଥିଲା। ଏଥିଯୋଗୁଁ ପାକିସ୍ତାନରେ ପେଟ୍ରୋଲିଅମ ସାମଗ୍ରୀର ଅଭବା ଦେଖାଦେଇଛି। ଏଥିଯୋଗୁଁ ଡିଜେଲ ସଙ୍କଟ ଉପୁଜିଛି। ଆଉ ମାତ୍ର ୫ ଦିନ ପରେ ଏଠାରେ ଡିଜେଲ ସରିଯିବ। ପାକିସ୍ତାନରେ ମାତ୍ର ୫ ଦିନ ପାଇଁ ଡିଜେଲ ସଂରକ୍ଷଣ ଥିବା ସୂଚନା ମିଳିଛି।