ଚୀନର ଉହାନ ସହରରେ ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ଆତଙ୍କ
୨୦୧୯ ପରେ ୨୦୨୫ରେ ଚୀନରେ କ୍ଷିପ୍ର ଗତିରେ ବ୍ୟାପୁଛି ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ବା HMPV ଭାଇରସ । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ-୧୯ ପରି ଲକ୍ଷଣ ଦେଖିବାକୁ ମିଳୁଥିଲେ ବି ନୂଆ ଭାଇରସ ଅଧିକ ଘାତକ ସାଜିଛି । ଚୀନ ସରକାରଙ୍କ ପକ୍ଷରୁ ହେଲ୍ଥ ଇମରଜେନ୍ସି ଘୋଷଣା ହୋଇଛି। ଏଯାଏ ମୃତ୍ୟୁ ସଂଖ୍ୟା ଘୋଷଣା ହୋଇନଥିଲେ ବି ଚୀନ ଗଣମାଧ୍ୟମ ସୂଚନା ଅନୁସାରେ ଏବେ ଚୀନରେ ହସପିଟାଲରେ ବହୁ ସଂଖ୍ୟାରେ HMPV ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି । ଶ୍ମଶାନରେ ମଧ୍ୟ ଭିଡ଼ ଜମୁଛି । ମୃତ୍ୟୁ ସଂଖ୍ୟା ହଜାର ଟପିଥିବା ଅନୁମାନ କରାଯାଉଛି । ବିଶେଷ ଭାବରେ ୧୪ ବର୍ଷରୁ କମ୍ ଶିଶୁମାନେ HMPV ଭାଇରସର ଶିକାର ହେଉଛନ୍ତି ।