ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରେ ହେଉଛି । ହେଲେ ଏହା ପୂର୍ବରୁ ବିବାଦ ସାମ୍ନାକୁ ଆସିଛି । କେବେ ଷ୍ଟାଡିୟମକୁ ନେଇ ତ କେବେ ଆୟୋଜନକୁ ନେଇ । ଏବେ ପତାକାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ କରାଚିର ନ୍ୟାସନାଲ ଷ୍ଟାଡିୟମରେ ଭାରତୀୟ ପତାକା ନ ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହେଉଛି । ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଥିବା ଅନ୍ୟ ଦେଶର ପତାକା ଦେଖାଯାଉଛି ହେଲେ ଭାରତୀୟ ପତାକା ଲଗାଯାଇନାହିଁ । ଏହା ଦେଖିବା ପାଇଁ ଭାରତୀୟ କ୍ରିକେଟ ଫ୍ୟାନ୍ସ ନିରାଶ ହୋଇଛନ୍ତି ।
ଭାରତୀୟ ପତାକା ଅନୁପସ୍ଥିତି ପଛର ସଠିକ୍ କାରଣ ଜଣାପଡିନାହିଁ । ଭାରତ ସମସ୍ତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳୁଥିବା ଯୋଗୁଁ ହୁଏତ ପତାକା ଲାଗିନଥାଇ ପାରେ ବୋଲି ଅନୁମାନ କରାଯାଇଛି । ଟିମ୍ ଇଣ୍ଡିଆ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବନାହିଁ । ଟିମ୍ ଇଣ୍ଡିଆ ଫାଇନାଲ ଗଲେ ମଧ୍ୟ ମ୍ୟାଚ ଦୁବାଇରେ ହିଁ ହେବ ।କରାଚି ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ପାକିସ୍ତାନ ଏବଂ ଇଂଲଣ୍ଡ ଦଳ ପାଇଁ ମ୍ୟାଚ୍ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ।