ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି

ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରହିଛି। ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ  ୨୪ ଘଣ୍ଟା ମଧ୍ୟରେ  ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ଚଳିତ ଯୁଦ୍ଧରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ  ଅନ୍ୟତମ ବୋଲି କୁହାଯାଇଛି। ଏହି ଆକ୍ରମଣରୁ ଆବାସିକ ଅଞ୍ଚଳ, ବିସ୍ଥାପିତଙ୍କ ଶିବିର ଓ ସାଧାରଣ ନାଗରିକଙ୍କ ଗାଡ଼ି ମଧ୍ୟ ବର୍ତ୍ତି ନାହିଁ। ଏଭଳି ଆକ୍ରମଣ   ଗାଜାରେ ମାନବୀୟ ସଙ୍କଟକୁ ଆହୁରି ଗଭୀର କରିଛି। ସପ୍ତାହେ ହେଲା ଇସ୍ରାଏଲର ସ୍ଥଳ ଅଭିଯାନ ତୀବ୍ର ହେବା ପରେ ୪.୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଆଲ୍‌-ଶିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଆବୁ ସାଲମିୟାଙ୍କ  ଭାଇ, ଭାଉଜ ଓ ସେମାନଙ୍କ ସନ୍ତାନମାନେ ଏହି  ଆକ୍ରମଣରେ ନିହତ ହୋଇଛନ୍ତି।  ଏକ ଟ୍ରକ୍‌ରେ ପଳାୟନ କରୁଥିବା ଲୋକଙ୍କ ଉପରେ ବୋମାମାଡ଼ ଯୋଗୁଁ ୨୦ରୁ ଅଧିକ ନିହତ ହୋଇଛନ୍ତି।

ଜାତିସଂଘ ମଧ୍ୟ ସତର୍କ କରାଇ ଦେଇଛି। ଅନ୍ୟ ପକ୍ଷରେ ତେଲ୍‌ ଅଭିଭ୍‌ରେ ହଜାର ହଜାର ଜନତା ଶାନ୍ତି ଓ ପଣବନ୍ଦୀଙ୍କୁ ଖଲାସ ଦାବିରେ ବିକ୍ଷୋଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ୍‌ ସହ ଶାନ୍ତି ଆଲୋଚନା ନେଇ କୌଣସି ସଙ୍କେତ ଦେଇନାହାନ୍ତି।

 

Leave a comment