ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ସରକାରୀ ଦକ୍ଷତା ବିଭାଗ (DoGE)ର ଦାୟିତ୍ୱ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (DoGE)ର ଦାୟିତ୍ୱ ଏଲନ ମସ୍କ ଏବଂ ବିବେକ ରାମସ୍ବାମୀଙ୍କୁ ଦେଇଛନ୍ତି।