ମେଟ୍ରୋ ଟିଭି ଓଡିଶା (୧୬ .୩ . ୨୦୨୨) :
ଏଲନ୍ ମସ୍କ ପୂର୍ବରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଲଢ଼ିବାକୁ ସର୍ତ୍ତ ରଖିଥିଲେ। ଏହା ପରେ ଭ୍ଲାଦିମିର ପୁଟିନ୍ଙ୍କ ସାଙ୍ଗ ଓ ଚେଚେନ୍ ରିପବ୍ଲିକ୍ର ମୁଖ୍ୟ ରମ୍ଜାନ୍ କାଡରୋଭ୍ ତାଙ୍କୁ ଘେରିଥିଲେ। ଏହା ପରେ ମସ୍କ ନିଜ ନାଁ ବଦଳାଇ ରମ୍ଜାନ୍ କାଡରୋଭ୍ଙ୍କୁ କଡ଼ା ଜବାବ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ , ଟେସ୍ଲା ସିଇଓ ଏଲନ୍ ମସ୍କ ଟ୍ଵିଟରରେ ରୁଷ୍ ରାଷ୍ଟ୍ରପତିଙ୍କୁ ଓ୍ଵାନ୍ ଅନ୍ ଓ୍ଵାନ୍ ଫାଇଟ୍ ପାଇଁ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ରୁଷ୍ର ସ୍ପେସ୍ ପ୍ରୋଗ୍ରାମ୍ ଏନେଇ ରିଆକ୍ଟ କରି ଏଲନ୍ ମସ୍କଙ୍କୁ ଦୁର୍ବଳ ବୋଲି କହିଥିଲେ। ଏହାପରେ ମସ୍କ ଜଣେ ରୁଷ୍ ଅଫିସରଙ୍କୁ ମୁର୍ଖ ବୋଲି କହିଥିଲେ। ଟ୍ଵିଟରରେ ଏହି ଦୁଇ ଜଣଙ୍କ ଝଗଡ଼ା ମଧ୍ୟରେ ଚେଚେନ୍ ରିପବ୍ଲିକ୍ର ମୁଖ୍ୟ ରମ୍ଜାନ୍ କାଡରୋଭ୍ ବି ମୁହଁ ଖୋଲିଥିଲେ। ସେ ମସ୍କଙ୍କ ମଜାକ୍ ଉଡ଼ାଇ ଏଲିଅନ ବୋଲି କହିଥିଲେ। ଏହା ପରେ ଏବେ ଏଲନ୍ ଟ୍ଵିଟରରେ ନିଜ ନାଁ ବଦଳାଇ ଏଲନ୍ ମସ୍କ କରି ଦେଇଛନ୍ତି।