ପୁଣି ଭୂକମ୍ପ ଝଟକାରେ ଥରିଲା ମ୍ୟାମାର
ପୁଣି ଭୂକମ୍ପ ଝଟକାରେ ଥରିଲା ମ୍ୟାମାର । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ଥିବା ବେଳେ ଭୂକମ୍ପ ପୁଣି ଥରେ ମ୍ୟାମାରବାସୀଙ୍କ ମନରେ ଛନକା ଭରିଛି । ତେବେ ଆଜି ରାତି ୧ଟା ୩୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ଗତମାସ ମ୍ୟାମାରରେ ଭୟଙ୍କର ଭୂକମ୍ପ ଫଳରେ ୧୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଭୂକମ୍ପରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଶତାଧିକ ଆହତ ହୋଇଥିଲେ । ମ୍ୟାମାର ସଙ୍କଟ ସମୟରେ ସହାୟତାର ହାତ ବଢାଇଥିଲା ଭାରତ । ଅପରେସନ ବ୍ରହ୍ମା ଜରିଆରେ ଏନଡିଆରଏଫ ଟିମ୍ ଏବଂ ଯବାନମାନେ ମ୍ୟାମାରରେ ସମସ୍ତ ପ୍ରକାଶ ସହାୟତା ଯୋଗାଇଦେଇଥିଲେ ।