ଚୀନ୍ ଏବେ ତାଇଓ୍ବାନକୁ ଡରାଉଛି । କୁହାଯାଉଛି ଚୀନ ଓ ତାଇୱାନ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଚୀନ୍ ଓ ତାଇୱାନ୍ ମଧ୍ୟରେ ଦେଖାଯାଇଥିବା ବିବାଦ ଭିତରେ ଲଗାତାର ମାସାଇଲ ମାଡ କରୁଛି ଚୀନ । ଯଦିଓ ଏଥିରେ କିଛି ଧନଜୀବନ ନଷ୍ଟ ହୋଇନାହିଁ ତେବେ ତାଇଓ୍ବାନ କହିଛି ଏସବୁ ମିସାଇଲ ତାର ସୀମାରେ ପଡିଛି । ତାଇୱାନ୍କୁ ଡରାଇବା ପାଇଁ ଚୀନ ମିସାଇଲ ମାଡ଼ କରିବା ସହିତ ୧୦୦ ଲଢୁଆ ବିମାନ ଉଡାଇଛି । ତେବେ ତାଇଓ୍ବାନ ମଧ୍ୟ ସଜାଗ ରହିଛି ।
ତାଇୱାନକୁ ଚୀନ ଡରାଉଛି । କିନ୍ତୁ ତାଇୱାନ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଚୀନ ଆଗରେ ସହଜରେ ଆତ୍ମସମର୍ପଣ କରିବା ଭଳି ସ୍ଥିତିରେ ନାହିଁ । ନିଜ ଦେଶକୁ ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି । ତାଇୱାନର ରାଷ୍ଟ୍ରପତି ଏକ ବୟାନରେ କହିଛନ୍ତି ଯେ, ଚୀନ ଏହି ସମୟରେ ତାଇୱାନର ଆଖପାଖ ଅଞ୍ଚଳରେ ସେନା ଅଭ୍ୟାସ କରୁଛି । ବେଜିଂରୁ ସଂଯମତାର କାମ କରୁ ବୋଲି ସେ ଅପିଲ କରିଛନ୍ତି । ତାଇୱାନ ବିବାଦକୁ ବଢ଼ାଇବା ପାଇଁ ଚାହୁଁନାହିଁ । କିନ୍ତୁ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବ । ଆବଶ୍ୟକ ପଡିଲେ ତାଇଓ୍ବାନ ମଧ୍ୟ ସେନା ଅଭ୍ୟାସ ଆରମ୍ଭ କରିବ । ଏଥିରେ ନୂଆ କିଛି ନାହିଁ ।