ମେଟ୍ରୋ ଟିଭି ଓଡିଶା (୧୪ .୩ . ୨୦୨୨) :
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାର ଅନୁଧ୍ୟାନ ପାଇଁ ସୋମବାର ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ। ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଶ୍ନପତ୍ର ଓ ଉତ୍ତରରେ ସାମଞ୍ଜସ୍ୟ ନଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି। ୨୪ ଘଣ୍ଟା ମଧ୍ୟରେ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।