ବାଂଲାଦେଶକୁ ମହଙ୍ଗା ପଡ଼ିବ ଭାରତ ସହ ଶତ୍ରୁତା
ଏବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ । ଦୁଇ ଦେଶ ଭିତରେ କୂଟନୀତିକ ସଂପର୍କ ଅତ୍ୟନ୍ତ ଖରାପ ହୋଇଯାଇଛି। ଯେଉଁଠାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିନାମାକୁ ବାତିଲ କରିଛନ୍ତି।
ଭାରତ ଯଦି ଏଭଳି ବଡ଼ ନିଷ୍କତି ନିଏ ତେବେ ଗହମ, ଚିନି, ଚାଉଳ, ଚଣା, ପିଆଜ ଏବଂ ଆଳୁ ଠାରୁ ପ୍ରାୟ ୧୦୦ ପ୍ରକାରର ଖାଦ୍ୟ ସାମଗ୍ରୀ ଭାରତରୁ ବାଂଲାଦେଶକୁ ପଠାଯାଇପାରିବ ନାହିଁ । କୁହାଯାଉଛି ଯେ ବର୍ତ୍ତମାନ ଭାରତ ସରକାର ସେଭଳି ବଡ଼ ନିଷ୍ପତ୍ତି ନେଇନାହାଁନ୍ତି ।
୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ଭାରତରୁ ବାଂଲାଦେଶକୁ ରପ୍ତାନି ହୋଇଥିବା ଗହମର ମୂଲ୍ୟ ୧୧୯.୧୬ କୋଟି ଡଲାର ଥିଲା। ଏଥି ସହିତ, ୨୦୨୦-୨୧ରେ ଗହମ ରପ୍ତାନୀର ଏହି ସଂଖ୍ୟା ଥିଲା ୩୧୦.୩ ନିୟୁତ ଡଲାର । ଏହାର ଅର୍ଥ, ଯଦି ଭାରତ ବାଂଲାଦେଶକୁ ଗହମ ଯୋଗାଣ ବନ୍ଦ କରିଦିଏ, ତେବେ ସେଠାରେ ଥିବା ଲୋକଙ୍କ ଥାଳିରୁ ରୁଟି ଅଦୃଶ୍ୟ ହୋଇଯିବ।
ବାଂଲାଦେଶ ମଧ୍ୟ ଭାରତରୁ ଚାଉଳ, ଚିନି ଇତ୍ୟାଦି ଆମଦାନୀ କରିଥାଏ। ଯଦି ଭାରତ ଏହି ଚୁକ୍ତି ଭଙ୍ଗ କରେ ତେବେ ସେଠାରେ ଥିବା ଲୋକେ ଭୋକରେ ରହିବାକୁ ବାଧ୍ୟ ହେବେ।