ହ୍ୟାରି ପୋଟର୍ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

ଆମେରିକାରେ ଲେଖକ ସଲମାନ ରୁଶଦିଙ୍କୁ ଆକ୍ରମଣ ପରେ ଏବେ ଟାର୍ଗେଟ୍‌ରେ ଲୋକପ୍ରିୟ ବହି ହ୍ୟାରି ପୋଟର୍‌ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍‌ ଟ୍ୱିଟ୍‌ କରି ରୋଲିଂ ସୂଚନା ଦେଇଛନ୍ତି।

ଲେଖିକା ରୋଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ଲାଗିଲା। ତେବେ ପ୍ରାର୍ଥନା କରୁଛି ଯେ ସଲମାନ ଶୀଘ୍ରୁ ସୁସ୍ଥ ହୋଇଯାଆନ୍ତୁ। ରୋଲିଂଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର୍ସ ‘ଚିନ୍ତା କର ନାହିଁ ପରବର୍ତ୍ତୀ ଟାର୍ଗେଟ୍‌ ତୁମେ’ ବୋଲି ଲେଖି ତାଙ୍କୁ ହତ୍ୟା ଧମକ ଦେଇଛନ୍ତି।