କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ
ରୁଷର କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ। ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ। ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଉଛି। ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି। କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ିନାହିଁ। ମୃତାହତ ବିଷୟରେ କିଛି ଜଣାପଡିନାହିଁ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଜାନ ସହରରେ ହୋଇଥିବା ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି। ଚଳିତବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମେଳନ ହେବାକୁ ରହିଛି। ଏହି ଆକ୍ରମଣ ଆମେରିକାର ୯/୧୧ ୱାଲର୍ଡ ଟ୍ରେଡ ସେଣ୍ଟର ଭଳି ଆକ୍ରମଣ ହୋଇଛି। ତେବେ ଏହି ମାମଲାରେ ରୁଷ ରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏୟାର ଡିଫେନ୍ସ ସିଷ୍ଟମ କଜାନ ସହରରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଛି।