କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ

କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ ଘଟିଛି। କାନାଡ଼ାର ବ୍ରିଟିଶ କଲମ୍ବିଆରେ ପ୍ରଶାନ୍ତ ମହାସାଗର ଉପକୂଳରେ ଏହି ଭୂକମ୍ପ ଘଟିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

ଭୂକମ୍ପ ଯୋଗୁ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିବା କୁହାଯାଉଛି। ଭୂକମ୍ପ ଯୋଗୁ ଲୋକମାନେ  ଭୟରେ ଘରୁ ବାହାରି ଖାଲି ପଡ଼ିଆରେ ଏକାଠି ହୋଇଥିଲେ। ଏଥି ସହିତ ଆମେରିକାର ଜାତୀୟ ସୁନାମି କେନ୍ଦ୍ର ମଧ୍ୟ ସୁନାମି ଆସିବାର କୌଣସି ବିପଦକୁ ଅସ୍ୱୀକାର କରିଛି।

ଲୋକଙ୍କୁ ଆତଙ୍କିତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ ଭୂକମ୍ପ ଅବା ସୁନାମୀ ନେଇ ଲୋକଙ୍କୁ ଆତଙ୍କିତ କରିବା ଭଳି ବିଭ୍ରାନ୍ତ ଖବର ସୋସିଆଲ ମିଡ଼ିଆରେ ପ୍ରସାର ନ କରିବାକୁ ପରାମର୍ଶ ଦିଆଯାଇଛି।