ନେପାଳରେ ଭୂକମ୍ପରେ କୋଠା ଭୁଶୁଡ଼ି ୫୩ ମୃତ, ୩୫ ଆହତ
ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି। ଫଳରେ ଏ ପର୍ଯ୍ୟନ୍ତ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ରହିଛି। ତିବ୍ଦତରେ ସକାଳେ ଘଟିଥିବା ତିନୋଟି ଶକ୍ତିଶାଳୀ ଭୂକମ୍ପ ଚାଇନା ଏବଂ ନେପାଳ, ଭାରତ, ବାଂଲାଦେଶ ସମେତ ଅନ୍ୟାନ୍ୟ ଦେଶକୁ ଥରାଇ ଦେଇଛି।