ଗାଜାରେ ଏୟାରଷ୍ଟ୍ରାଇକ୍ରେ ୨୦ ମୃତ
ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍ ଉପରେ ଏୟାରଷ୍ଟ୍ରାଇକ୍ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ କର୍ତ୍ତୃପକ୍ଷ ଇତିମଧ୍ୟରେ କ୍ୟାଥୋଲିକ୍ ଚର୍ଚ୍ଚର ନେତା କାର୍ଡିନାଲ ପିଏରବାତ୍ତିସ୍ତା ପିଜ୍ଜାବାଲ୍ଲାଙ୍କୁ ଗାଜାରେ ପ୍ରବେଶ କରି ସେଠାର ଖ୍ରୀଷ୍ଟିଆନ୍ମାନଙ୍କ ସହ କ୍ରିସ୍ମସ୍ ପୂର୍ବ ଉତ୍ସବ ପାଳନ ଲାଗି ଅନୁମତି ଦେଇଛନ୍ତି।