ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଏପରି
ମେଟ୍ରୋଓଡିଶା(୧୮.୩.୨୦୨୨):
ଦେଶ ଦୁନିଆରେ ଆଜି ହୋଲିର ପର୍ବ ପାଳନ କରାଯାଉଛି । ହୋଲି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ହୋଲିକୁ ନେଇ ସମସ୍ତ ସହରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୁରୁବାର ରାତିରେ ହୋଲିକା ଦହନ ପରେ ଆଜିଠାରୁ ଅନେକ ସହରରେ ଖେଳାଯିବ ହୋଲିର ରଙ୍ଗ ।

ଏହାରି ମଧ୍ୟରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ରଙ୍ଗର ପର୍ବ ହୋଲି ସଦଭାବନା ଓ ସମନ୍ୱୟର ପର୍ବ । ଏହା ବସନ୍ତ ଋତୁର ଆଗମନ ଖବର ନେଇ ଆସିଥାଏ । ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ ।