ମେଟ୍ରୋଟିଭିଓଡିଶା(୧୨.୫.୨୦୨୨)
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଇତିମଧ୍ୟରେ ପାଖାପାଖି ୮୦ଦିନରେ ପହଞ୍ଚିଲାଣି । କିନ୍ତୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମାର୍ ପୁଟିନ୍ ଏହାକୁ ଆହୁରି ଅଧିକ ଦିନ ଗଡ଼ାଇବାକୁ ଚାହୁଁଛନ୍ତି ଅର୍ଥାତ ଯୁଦ୍ଧ ଶୀଘ୍ର ଶେଷ ହେଉ ତାହା ସେ ଚାହାନ୍ତି ନାହିଁ । ଆମେରିକାର ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଏବ୍ରିଲ୍ ହେନସ ୟୁଏସ୍ ସିନେଟ୍ରେ ଖୁଲାସା କରିଛନ୍ତି କି ପୁଟିନ୍ ୟୁକ୍ରେନ୍ରେ ଆହୁରି ଅଧିକ ଆକ୍ରମଣ ଯୋଜନାରେ ଅଛନ୍ତି । କାରଣ ବର୍ତ୍ତମାନର ୟୁକ୍ରେନ୍ ସ୍ଥିତି ଏହା ସୂଚିତ କରୁଛି ।
ହେନସ ଆହୁରି କହିଛନ୍ତି କି କଳାସାଗରର ମାଲ୍ଡୋବା ଉତ୍ତର-ପୂର୍ବ ଇଲାକାରେ ରୁଷ୍ ତା’ର ସୈନ୍ୟସଂଖ୍ୟା ବଢ଼ାଇ ଚାଲିଛି । ୟୁକ୍ରେନ୍ର ଡୋନବାସ ଅଞ୍ଚଳକୁ ରୁଷ ପୂରା କବ୍ଜା କରିବା ପରେ ବି ରୁଷ ନରମିବ ନାହିଁ । ବର୍ତ୍ତମାନ ରୁଷ ଓଡେଶା ଉପରେ ତା’ର ଆକ୍ରମଣ ଜାରି ରଖିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍କୁ ୪୦ ଆରବ ଡଲାରର ସହାୟତା ରାଶି ଦେବା ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି । ୟୁକ୍ରେନ୍କୁ ଦିଆଯିବାକୁ ଥିବା ଏହି ଆର୍ଥିକ ସହାୟତା ଉପରେ ଆମେରିକାର ଉଭୟ ରିବ୍ଲିକାନ୍ ଓ ଡେମୋକ୍ରାଟିକ୍ ପାର୍ଟି ନେତାମାନେ ସହମତି ଜଣାଇଛନ୍ତି ।

ଅନ୍ୟପକ୍ଷରେ ଫିନ୍ଲାଣ୍ଡ ଓ ସ୍ୱିଡେନ୍ ଦୀର୍ଘଦିନ ହେବ ନାଟୋ ରାଷ୍ଟ୍ରସମୂହ ସହ ଛିଡ଼ା ହୋଇଥିଲେ ବି ସେମାନଙ୍କୁ ସଦସ୍ୟତା ମିଳିନାହିଁ । ଯଦି ଭବିଷ୍ୟତରେ ଏହି ଦୁଇ ରାଷ୍ଟ୍ର ଉପରେ ଆକ୍ରମଣ ହୁଏ ତେବେ ନାଟୋରେ ସାମିଲ ଥିବା ରାଷ୍ଟ୍ରମାନେ ଏମାନଙ୍କୁ ସହାୟତା କରିବେ ନାହିଁ । ତେଣୁ ଏହି ଦୁଇ ରାଷ୍ଟ୍ରନାଟୋ ସଦସ୍ୟତା ପାଇବା ପାଇଁ ଏବେ ଜୋର୍ସୋରରେ ଉଦ୍ୟମ ଜାରି ରଖିଛନ୍ତି ।