ରୁଷ-ୟୁକ୍ରେନ ଯୁଦ୍ଧ: ସିଭର୍ସାଇଡୋନେଟସ୍କରୁ ସେନା ପ୍ରତ୍ୟାହାର କଲା କିଭ୍
ମେଟ୍ରୋ ଟିଭି ଓଡିଶା (୨୫.୬.୨୦୨୨)
ରୁଷ-ୟୁକ୍ରେନ ଯୁଦ୍ଧକୁ ଚାରି ମାସ ପୁରୀ ସାରିଛି । ଯୁଦ୍ଧର ପଞ୍ଚମ ମାସରେ ପ୍ରବେଶ ସହ କିଭକୁ ବଡ଼ ଝଟକା ଲାଗିଛି । ଶୁକ୍ରବାର ୟୁକ୍ରେନର ସହର ସିଭର୍ସାଇଡୋନେଟସ୍କରୁ ନିଜ ସେନା ପ୍ରତ୍ୟାହାର କରିଛି କିଭ୍ । ଗଣନାଧ୍ୟମ ରିପୋର୍ଟ ରୁ ମିଳିଥିବା ସୂଚନା ଅନୁସାରେ- ଗତ ଏକ ସପ୍ତାହ ଧରି ସହର ଭୟଙ୍କର ଯୁଦ୍ଧ ଦେଖିଥିଲା । ସ୍ଥାନୀୟ ଗଭର୍ଣ୍ଣର ସେରହି ଗୋଇଡାଇଙ୍କ ସୂଚନା ଅନୁସାରେ, ନୂଆ ସ୍ଥାନରୁ ସ୍ଥାନାନ୍ତର ହେବା ପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସେନାକୁ କେଉଁ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଗତ ମାସରେ ସିଭର୍ସାଇଡୋନେଟସ୍କ ଉପରେ ରୁଷର ଆକ୍ରମଣ ଅଧିକ ହୋଇଥିଲା । ସହରକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ରୁଷ ସେନା ଅଧିକ ଆକ୍ରମଣାତ୍ମକ ହୋଇଥିଲା । ସହର ଯୁଦ୍ଧର ଭୟଙ୍କର ଦୃଶ୍ୟ ଦେଖିଥିଲା । ୟୁକ୍ରେନର ଉଦ୍ୟୋଗ ରାଜଧାନୀ କୁହାଯାଉଥିବା ଡୋନବାସ ଅଞ୍ଚଳର ଡୋନେଟସ୍କ ଏବଂ ଲୁହାନସ୍କକୁ ଦଖଲ କରିବା ରୁଷ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସିଭର୍ସାଇଡୋନେଟସ୍କ ହାତରୁ ଯିବା ପରେ ଏବେ ଡୋନେଟ ନୀଦର ପଶ୍ଚିମରେ ଥିବା ଲାଇସେଚାନ୍ସକ କେବଳ ୟୁକ୍ରେନ ପାଖରେ ରହିବ । ଯୁଦ୍ଧର ଚାରି ମାସରେ ବି ୟୁକ୍ରେନର ରାଜଧାନ କିଭ୍ ଦଖଲ କରିବାରେ ରୁଷ ବିଫଳ ହୋଇଛି । ଏବେ ଆକାଶରୁ ଅଧିକରୁ ଅଧିକ ବୋମାମାଡ କରି ଅଞ୍ଚଳ ଦଖଲର ରଣନୀତି ଆପଣାଇଛି ରୁଷ । ବିଶେଷଜ୍ଞଙ୍କ ଅନୁସାରେ, ଯୁଦ୍ଧରେ ରୁଷ ସୈନିକ ବଡ଼ କ୍ଷତି ସହିଛି । ନେତୃତ୍ୱ, କ୍ଷେପଣାସ୍ତ୍ର ଏବଂ ଯୋଗାଣରେ ବଡ଼ କ୍ଷତି ହୋଇଛି ।