ମେଟ୍ରୋଟିଭିଓଡିଶା(୨୭.୩.୨୦୨୨):
ଥମୁନି ରୁଷ-ୟୁକ୍ରେନ୍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଘମାଘୋଟ ଲଢ଼େଇ ଜାରି ରହିଛି । ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ । ଏହାରି ଭିତରେ ପୁଣିଥରେ ଆମରେକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ନେଇ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି ବାଇଡେନ୍ । ସେ କହିଛନ୍ତି କି ରୁଷ ଲୋକତନ୍ତ୍ରର କଳା ଦବାଇବି ରଖିଛି । ବିନା କାରଣରେ ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷ । ଆମେ ଲୋକତନ୍ତ୍ର ପାଇଁ ସମସ୍ତ ଶକ୍ତି ଲଗାଇ ଲଢିବୁ । ରୁଷକୁ ଏହାର ଫଳ ଭୋକିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ୟୁକ୍ରେନର ଲୋକ ମାନେ ସ୍ବାଧୀନତା ପାଇଁ ଲଢ଼େଇ କରୁଛନ୍ତି । ଆମେରିକା ସଦାସର୍ବଦା ୟୁକ୍ରେନ୍ ସହିତ ରହିଛି ବୋଲି ବାଇଡେନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ସେ ଆହୁରି କହିଛନ୍ତି କି ସବୁ ଦେଶ ମିଶି ୟୁକ୍ରେନକୁ ସାହାଯ୍ୟ କରିବା ଉଚିତ । ବାଇଡେନ୍ ସମ୍ବୋଧନ କରିବା ସମୟରେ ୟୁକ୍ରେନକୁ ଆହୁରି ଆର୍ଥିକ ସହାୟତା ଯୋଗାଇ ଦେବାନେଇ ସେ ଘୋଷଣା କରିଛନ୍ତି । ୟକ୍ରେନ୍ ରାଷ୍ଟ୍ରପତି ଜଲନସ୍କି ଲୋକତନ୍ତ୍ରରେ ଜଣେ ନିର୍ବାଚିତ ରାଷ୍ଟ୍ରପତି ବୋଲି ସେ ନିଜର ବିବୃତିରେ କହିଛନ୍ତି ।