ଯୋଗ ଜୀବନରେ ଶାନ୍ତି ଆଣିଦିଏ
ମେଟ୍ରୋ ଟିଭି ଓଡିଶା (୨୧.୬.୨୦୨୨)
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ।କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଯୋଗ କରିବା ପରେ ଯୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯୋଗ ଦିବସ ବର୍ତ୍ତମାନ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି । ଦେଶର ୭୫ଟି ଆଇକନିକ୍ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯାଇଛି । ଯୋଗ ବର୍ତ୍ତମାନ ଜୀବନର ଅଂଶ ନୁହେଁ ଜୀବନଶୈଳୀ ପାଲଟିଛି । ଯୋଗ ଆମ ଶରୀରକୁ ସୁସ୍ଥ ରଖିଥାଏ । ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି । ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାସ୍ଥ୍ୟ ଓ ସୁସ୍ଥାତାର ଉପହାର ଯୋଗ ବୋଲି କହିଛନ୍ତି ରାଷ୍ଟ୍ରପତି । ସୁସ୍ଥତା, ମନ, ଶରୀର ଏବଂ ଆତ୍ମାକୁ ସନ୍ତୁଳିତ କରିବା ପାଇଁ ଏକ ସାମଗ୍ରିକ ଉପାୟ ହେଉଛି ଯୋଗ । ରାଷ୍ଟ୍ରପତି ଭବନରେ ଯୋଗ ଦିବସ ପ୍ରଦର୍ଶନରେ ରାଷ୍ଟ୍ରପତି ଅଂଶଗ୍ରହଣ କରିଦେଶବାସୀଙ୍କୁ ଏପରି ସମ୍ବୋଧନ କରିଛନ୍ତି । ଚଳିତ ବର୍ଷର ଯୋଗ ଦିବସ ପାଳନ କରିବାର ବିଷୟବସ୍ତୁ ହେଉଛି ‘ଯୋଗ ପାଇଁ ମାନବିକତା’ ।