ସମୟ ବଢିବା ସହିତ ଚୀନ୍ ଓ ତାଇବାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । ଗତକାଲି ଚୀନର ଲଢୁଆ ବିମାନ ତାଇବାନ୍ ସୀମାରେ ଉଡିଥିବା ବେଳେ ଆଜି ତାଇୱାନକୁ ଲାଗିଛି ବଡ ଝଟକା । ତାଇୱାନର ମିଜାଇଲ୍ ଡେଭଲପମେଣ୍ଟ ଚିଫ୍ ଅଫିସରଙ୍କ ମୃତ ଦେହ ମିଳିଛି । ଏକ ହୋଟେଲ ରୁମରେ ତାଙ୍କର ମୃତ ଦେହ ମିଳିଥିବା ସୂଚନାରୁ ଜଣାପଡିଛି । ଏଭଳି ସମୟରେ ତାଇୱାନର ମିଜାଇଲ୍ ଡେଭଲପର ଚିଫଙ୍କ ମୃତ୍ୟୁ ଘଟିଲା, ଯେତେବେଳେ ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ବାରମ୍ବାର ଧମକ ଦେଇ ଚାଲିଛି ।ଏହାରି ଭିତରେ ତାଇୱାନର ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚୀନ୍ ଆକ୍ରମଣ ପାଇଁ ବାରମ୍ବାର ଚେଷ୍ଟା କରୁଛି କିନ୍ତୁ ଏଯାଏଁ କୌଣସି ମିଜାଇଲ୍ ଛଡାଯାଇ ନାହିଁ ।ଅନ୍ୟପଟେ ଚୀନ୍ ଯୁଦ୍ଧାଭ୍ୟାସ୍ ନାଁରେ ତାଇୱାନକୁ ଚାରି ଦିଗରୁ ଘେରିଯାଇଛି । ମିଜାଇଲ ଉପରେ ମିଜାଇଲ୍ ପରୀକ୍ଷଣ କରୁଛି । ଏହି ଅଭ୍ୟାସ ଭିତରେ ଚୀନ୍ ୧୧ଟି ମିଜାଇଲ୍ ଛାଡିଛି । ସେଥିମଧ୍ୟରୁ ୫ଟି ମିଜାଇଜ୍ ଜାପାନରେ ପଡିଥିବା ସୂଚନା ମିଳିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post