ସମୟ ବଢିବା ସହିତ ଚୀନ୍ ଓ ତାଇବାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । ଗତକାଲି ଚୀନର ଲଢୁଆ ବିମାନ ତାଇବାନ୍ ସୀମାରେ ଉଡିଥିବା ବେଳେ ଆଜି ତାଇୱାନକୁ ଲାଗିଛି ବଡ ଝଟକା । ତାଇୱାନର ମିଜାଇଲ୍ ଡେଭଲପମେଣ୍ଟ ଚିଫ୍ ଅଫିସରଙ୍କ ମୃତ ଦେହ ମିଳିଛି । ଏକ ହୋଟେଲ ରୁମରେ ତାଙ୍କର ମୃତ ଦେହ ମିଳିଥିବା ସୂଚନାରୁ ଜଣାପଡିଛି । ଏଭଳି ସମୟରେ ତାଇୱାନର ମିଜାଇଲ୍ ଡେଭଲପର ଚିଫଙ୍କ ମୃତ୍ୟୁ ଘଟିଲା, ଯେତେବେଳେ ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ବାରମ୍ବାର ଧମକ ଦେଇ ଚାଲିଛି ।ଏହାରି ଭିତରେ ତାଇୱାନର ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚୀନ୍ ଆକ୍ରମଣ ପାଇଁ ବାରମ୍ବାର ଚେଷ୍ଟା କରୁଛି କିନ୍ତୁ ଏଯାଏଁ କୌଣସି ମିଜାଇଲ୍ ଛଡାଯାଇ ନାହିଁ ।ଅନ୍ୟପଟେ ଚୀନ୍ ଯୁଦ୍ଧାଭ୍ୟାସ୍ ନାଁରେ ତାଇୱାନକୁ ଚାରି ଦିଗରୁ ଘେରିଯାଇଛି । ମିଜାଇଲ ଉପରେ ମିଜାଇଲ୍ ପରୀକ୍ଷଣ କରୁଛି । ଏହି ଅଭ୍ୟାସ ଭିତରେ ଚୀନ୍ ୧୧ଟି ମିଜାଇଲ୍ ଛାଡିଛି । ସେଥିମଧ୍ୟରୁ ୫ଟି ମିଜାଇଜ୍ ଜାପାନରେ ପଡିଥିବା ସୂଚନା ମିଳିଛି ।
Trending
- କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ମିଳିଲା ଦୀପାବଳି ବୋନସ
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
Prev Post
Next Post