ଗୋଟିଏ ପକ୍ଷରେ ଚୀନରେ ନିମୋନିଆକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବ୍ରିଟେନର ଆଉ ଏକ ଭାଇରସକୁ ନେଇ ଭୟ ବୃଦ୍ଧି ପାଉଛି । ନୂଆ ଭାଇରସର ଏହି ଷ୍ଟ୍ରେନ ଏବେ ବିପଦର ଘଣ୍ଟି ପାଲଟିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏ ନେଇ ସ୍ପଷ୍ଟ ସୂଚନା ଦେଇଛି । ତେବେ ଏହି ଭାଇରସ ସାଧାରଣତଃ ଘୁଷୁରିମାନଙ୍କ ଦେହରେ ମିଳିଥାଏ । କିନ୍ତୁ ଏବେ ବ୍ରିଟେନରେ ମଣିଷ ଦେହରେ ମଧ୍ୟ ଏହାର ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ ପଡ଼ିଯାଇଛି ।ସୂଚନା ଅନୁସାରେ, ବ୍ରିଟେନର ଜଣେ ବ୍ୟକ୍ତି ଅଚାନକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲରେ ପହଞ୍ଚିଥିଲେ । ତେବେ ତାଙ୍କର ଏଥିପାଇଁ ଟେଷ୍ଟ କରାଯିବାରୁ ଏକ ଅବିଶ୍ୱସନୀୟ ରିପୋର୍ଟ ମିଳିଛି । ତାଙ୍କ ଦେହରେ H1N2 ନାମକ ଏକ ଭାଇରସ ଚିହ୍ନଟ ହୋଇଛି । ସ୍ୱାଇନ ଫ୍ଲୁ ଭାଇରସରେ ଆଂଶିକ ଭାବରେ ସଂକ୍ରମିତ ହୋଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ତେବେ ଏହି ଭାଇରସ କେତେ ଭୟଙ୍କର ହୋଇପାରେ, ସେ ନେଇ କୌଣସି ରିପୋର୍ଟ ମିଳିପାରିନାହିଁ । ତେବେ ସଂକ୍ରମିତ ବ୍ୟକ୍ତିଜଣକ ଘୁଷୁରି ସହ କୌଣସି ପ୍ରକାର ସମ୍ପର୍କରେ ନଥିବା ସତ୍ତେ୍ୱ ସ୍ୱାଇନ ଫ୍ଲୁ ଭୂତାଣୁରେ ଆକ୍ରାନ୍ତ ହେବା ଆଶ୍ଚର୍ଯ୍ୟଜନକ ବିଷୟ ।ସେପଟେ ମହାମାରୀକୁ ନେଇ ବର୍ତ୍ତମାନ କୌଣସି ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ । ତେବେ ସ୍ୱାସ୍ଥ୍ୟ ଅଧିକାରୀ ଲଗାତାର ସଂକ୍ରମଣକୁ ନେଇ ପରୀକ୍ଷା ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଶୀର୍ଷରେ ପହଞ୍ଚି ପାରି ନାହାନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମୋଟ ୫୦ ଜଣଙ୍କ ଦେହରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post
Next Post