ବିଶ୍ୱରେ କୋଟିପତିଙ୍କ ୧୧ତମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ

ବିଶ୍ୱରେ କୋଟିପତିଙ୍କ ୧୧ତମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ

ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନାର ପ୍ରଭାବରେ ବହୁ କୋଟିପତିଙ୍କ ସମ୍ପତ୍ତି ହ୍ରାସ ପାଇଛି । ଦୁନିଆର ୧୦ ଆରବପତିଙ୍କ ମଧ୍ୟରୁ ୯ ଜଣଙ୍କ ସମ୍ପତ୍ତିରେ ଚଳିତ ବର୍ଷ ୧୩୫ ଆରବ ଡଲାରରୁ ଅଧିକ ହ୍ରାସ ହୋଇଛି । କେବଳ ୱାରେନ୍ ବଫେଟ୍ ଏକ ମାତ୍ର ଧନୀ ବ୍ୟକ୍ତି ଯାହାଙ୍କର ସମ୍ପତ୍ତିରେ ୧.୩୮ ଡଲାର ବୃଦ୍ଧି ପାଇଛି ।ଜାନୁଆରୀ ମାସର ୨୫ ତାରଖ ସୁଦ୍ଧା ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଟେସ୍ଲା କମ୍ପାନୀର ସିଇଓ ଏଲନ୍ ମସ୍କ । ଏହି ଅବଧିରେ ତାଙ୍କର ସମ୍ପତ୍ତି ୩୦.୨ ଆରବ ଡଲାର ହ୍ରାସ ହୋଇ ୨୪୦ ଆରବ ଡଲାରରେ ପହଞ୍ଚିଛି । ଜେଫ୍ ବୋଜସ୍ ଏହି ସମୟ ମଧ୍ୟରେ ୨୨ ଆରବ ଡଲାର କ୍ଷତି ହୋଇଛି । ଫଳରେ ସେ ୧୬୯ ଆରବ ଡଲାର ମୋଟ ସମ୍ପତ୍ତି ସହିତ ଆରବପତିଙ୍କ ଲିଷ୍ଟ୍ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ବରନାର୍ଡ ଅର୍ନଲ୍ଟଙ୍କ ମୋଟ ସମ୍ପତ୍ତିରେ ୧୯.୮ ଆରବ ଡଲାର କମ୍ ହୋଇ ୧୫୮ଆରବ ଡଲାରରେ ପହଞ୍ଚି ଯାଇଛି । ଏହି ଲିଷ୍ଟ୍ର ତୃତୀୟ ସ୍ଥାନରେ ରହିଛନ୍ତି ।


ସୂଚନା ଅନୁଯାୟୀ,ବିଲ୍‌ଗେଟ୍‌ସଙ୍କୁ ମଧ୍ୟ ଝଟ୍କା ଲାଗିଛି । ତାଙ୍କର ମୋଟ ସମ୍ପତ୍ତି ୧୦.୫ ଆରବ ଡଲାର ହ୍ରାସ ହୋଇ ୧୨୮ ଆରବ ଡଲାରରେ ପହଞ୍ଚିବା ସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଲ୍ୟାରି ପେଜ୍ ସମ୍ପତ୍ତି ମଧ୍ୟ ୧୧.୬ ଆରବ ଡଲାର କମିବା ଫଳରେ ତାଙ୍କ ସମ୍ପତ୍ତି ୧୧୭ ଆରବ ଡଲାର ହୋଇଯାଇଛି । ସେ ଏବେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ମାର୍କ ଜୁକରବର୍ଗ ଏବେ ଷଷ୍ଠ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟର ସପ୍ତମ ସ୍ଥାନରେ ସର୍ଗି ବ୍ରେନ୍ ରହିଥିବା ବେଳେ ତାଙ୍କ ମୋଟ ସମ୍ପତ୍ତି ୧୧୨ ଆରବ ଡଲାର ରହିଛି । ୱାରେନ୍ ବଫେଟ୍ ସମ୍ପତ୍ତିରେ ବୃଦ୍ଧି ପାଇଥିବା ବେଳେ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ଷ୍ଟିଭ୍ ବାଲ୍ମର୍୧୦୬ ଆରବ ଡଲାର ସହ ନବମ ସ୍ଥାନରେ ଏବଂ ଲ୍ୟାରି ଏଲିଶନ ୧୦୧ ସମ୍ପତ୍ତି ସହିତ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି । ତେବେ ଭାରତର ଆରବପତି ମୁକେଶ ଅମ୍ୱାନୀ ଏହାର ତଳକୁ ଅର୍ଥାତ ୯୦.୨୮ ଆରବ ଡଲାର ସହ ୧୧ତମ ସ୍ଥାନରେ ରହିଛନ୍ତି ।