ମେଟ୍ରୋ ଓଡିଶା (୩୦.୩.୨୦୨୨) :
ଡିଜିସିଏ ନୂଆ ଗାଇଡାଲଇନ୍ ଆଣିବାକୁ ଯାଉଛନ୍ତି | ଏଣିକି ପ୍ରତିଦିନ ବିମାନ ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍ଙ୍କର ହେବ ଆଲକହଲ ଟେଷ୍ଟ। ଏନେଇ ମହାମାରୀ କରୋନା ଯୋଗୁଞ ପ୍ରାୟ ୨ ବର୍ଷ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଗତ ରବିବାରଠାରୁ ପୁଣି ଭାରତରେ ଅନ୍ତର୍ଜାତୀୟ ବିମାନ ଚଳଚଳ ଆରମ୍ଭ ହୋଇଛି। ଏହାପୂର୍ବରୁ, ନିୟମିତ ବିଦେଶୀ ବିମାନ ଉପରେ ଏକ ନିଷେଧାଦେଶ ରହିଥିଲା ଏବଂ ବାୟୋ ବବଲ୍ ବ୍ୟବସ୍ଥାରେ କେବଳ କିଛି ଦେଶକୁ ହିଁ ସୀମିତ ବିମାନ ଚଳାଚଳ କରୁଥିଲା। ଏବେ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ କ୍ୟାବିନ କ୍ରୁ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି।

ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କର ଅନ୍ୟ ସଦସ୍ୟମାନଙ୍କ ପ୍ରତିଦିନ ଆଲକହଲ ଟେଷ୍ଟ କରାଯିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ସହ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ମହାମାରୀ ସହ ଜଡିତ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଡିଜିସିଏ ବ୍ରେଥ ଆନାଲାଇଜର (BA) ଗାଇଡଲାଇନରେ ସଂଶୋଧନ କରିଛି। ମଙ୍ଗଳବାର କରାଯାଇଥିବା ଏହି ପରିବର୍ତ୍ତନରେ, ସମସ୍ତ ବିମାନ କମ୍ପାନୀକୁ ପ୍ରତ୍ୟେକ ଦିନ ସେମାନଙ୍କର ପାଇଲଟ୍ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କ ଆଲକହଲ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପାଇଲଟ୍ କିମ୍ବା କ୍ୟାବିନ କ୍ରୁ ସଦସ୍ୟ ମଦ୍ୟପାନ କରୁଛନ୍ତି କି ନାହିଁ ତାହା ଏହି ପରୀକ୍ଷାରୁ ଜଣାପଡିବ।