ଆଜି ନେପାଳ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଏଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ମୁତାବକ, ମନାଙ୍ଗ୍ ଏୟାରର ଏହି ହେଲିକପ୍ଟର ସୋଲୁଖୁମ୍ବୁ ଅଭିମୁଖେ ଉଡ଼ାଣ ଭରିଥିଲା, କିନ୍ତୁ ପାହାଡ଼ିଆ ଅଞ୍ଚଳ ଲୋବୁଚେରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ସକାଳେ ହୋଇଥିବା ସୂଚନା ରହିଛି।ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜଗନ୍ନାଥ ନିରୋଲା କହିଛନ୍ତି ଯେ ହେଲିକପ୍ଟର 9N ANJ ଉତ୍ତର-ପୂର୍ବ ନେପାଳର ଲୋବୁଚେରେ ଅବତରଣ କରିବା ସମୟରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହାଫଳରେ ସେଥିରେ ନିଆଁ ଲାଗିଥିଲା।ଯାତ୍ରୀମାନଙ୍କୁ ନେବା ପାଇଁ ହେଲିକପ୍ଟରଟି ସକାଳ ୭ଟା ୧୩ରେ ଲୁକଲାଠାରୁ ସୋଲୁଖୁମ୍ବୁ ପାଇଁ ଉଡ଼ାଣ ଭରିଥିଲା। କିନ୍ତୁ ଅବତରଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ବିମାନରେ ଏକୁଟିଆ ଥିବା କ୍ୟାପଟେନ ପ୍ରକାଶ କୁମାର ସେଧାଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post