ଆଜି ନେପାଳ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଏଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ମୁତାବକ, ମନାଙ୍ଗ୍ ଏୟାରର ଏହି ହେଲିକପ୍ଟର ସୋଲୁଖୁମ୍ବୁ ଅଭିମୁଖେ ଉଡ଼ାଣ ଭରିଥିଲା, କିନ୍ତୁ ପାହାଡ଼ିଆ ଅଞ୍ଚଳ ଲୋବୁଚେରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ସକାଳେ ହୋଇଥିବା ସୂଚନା ରହିଛି।ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜଗନ୍ନାଥ ନିରୋଲା କହିଛନ୍ତି ଯେ ହେଲିକପ୍ଟର 9N ANJ ଉତ୍ତର-ପୂର୍ବ ନେପାଳର ଲୋବୁଚେରେ ଅବତରଣ କରିବା ସମୟରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହାଫଳରେ ସେଥିରେ ନିଆଁ ଲାଗିଥିଲା।ଯାତ୍ରୀମାନଙ୍କୁ ନେବା ପାଇଁ ହେଲିକପ୍ଟରଟି ସକାଳ ୭ଟା ୧୩ରେ ଲୁକଲାଠାରୁ ସୋଲୁଖୁମ୍ବୁ ପାଇଁ ଉଡ଼ାଣ ଭରିଥିଲା। କିନ୍ତୁ ଅବତରଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ବିମାନରେ ଏକୁଟିଆ ଥିବା କ୍ୟାପଟେନ ପ୍ରକାଶ କୁମାର ସେଧାଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
Prev Post
Next Post