ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ

ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ

ମେଟ୍ରୋ ଟିଭି ଓଡିଶା,୧୯/୧: ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବୌଜ୍ଞାନିକ କହୁଛନ୍ତି ଏହା ଫଳରେ ପରିବେଶ ପ୍ରଦୂଷଣ ହେବା । ଟୋଙ୍ଗାରେ ଲୋକ ମାନେ ଅଳ୍ପ ପରିମାଣର ଏସିଡ ବର୍ଷାର ଅନୁଭବ କରିବେ । ଗତ ଶନିବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ହୋଇଥିବା ଆଗ୍ନେୟ ଉଦ୍‌ଗିରଣ ଯୋଗୁ ଟୋଙ୍ଗାରେ ୪୯ ଫୁଟର ଉଚ୍ଚ ସୁନାମୀ ଦ୍ୱୀପରେ ମାଡ ହୋଇଥିଲା । ଏହି ବିରଳ ପ୍ରକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ଜାରିଥିବା ଯୋଗୁ ମୋଟ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

image credit-the washington post

ସୂଚନା ଅନୁସାରେ , ସୁନାମୀ ପଶ୍ଚିମଉପକୂଳରେ ଥିବା ଦ୍ୱୀପମାନଙ୍କ ସହ ଧକ୍କା ଲାଗିଥିଲା। ଏଣୁ ଅନେକ ଦ୍ୱୀପ ପ୍ରଭାବିତ ହୋଇଥିବା ବେଳେ ଏକ ଗ୍ରାମ ସମ୍ପୂର୍ଣ୍ଣ ଭାସି ଯାଇଛି। ଏଥିରୁ ଅନେକ ନିଖୋଜ ଥିବାର ଆଶଙ୍କା କରାଯାଉଛି। ଅଗ୍ନିଉଦଗିରଣ ଓ ଅଚାନକ ସୁନାମୀ ଯୋଗୁ ଉଦ୍ଧାର କାର୍ଯ୍ୟରେ ଆରମ୍ଭରୁ ବିଳମ୍ବ ହୋଇଥିଲା। ସମୁଦ୍ର ତଳେ ବିଛା ଯାଇଥିବା ଅଣ୍ଡର ସି କେବୁଲ ଆଗ୍ନେୟଗିରି ଉଦଗିରଣ ଯୋଗୁ ଗୁରୁତର ପ୍ରଭାବିତ ହୋଇଛି। ଏଣୁ ଉଦ୍ଧାର କାର୍ଯ୍ୟରେ କିଛି ସମୟ ଲାଗି ବାଧା ଉପୁଜିଥିଲା। ସମୁଦ୍ର ତଳେ କେବୁଲ କ୍ଷୟକ୍ଷତି ସଜାଡିବାକୁ ଅନୁନ୍ୟ ୧ ମାସ ସମୟ ଲାଗିପାରେ ବୋଲି ନ୍ୟୁଜିଲ୍ୟାଣ୍ଡ ସରକାର କହିଛନ୍ତି।
ୟୁଏନ କୋ-ଅର୍ଡିନେସନ ଅଫିସରୁ ମିଳୁଥିବା ସୂଚନା ଅନୁସାରେ ହୁଙ୍ଗା ଟୋଙ୍ଗା-ହୁଙ୍ଗା ହା’ପାଇ ଦ୍ୱୀପର ଏକ ବିଶାଳ ଭୂ-ଭାଗକୁ ସମୁଦ୍ର ଧୋଇନେଇଛି। ଟୋଙ୍ଗା ପ୍ରାୟ ୭୦ହଜାର କିମି ପରିସରରେ ବ୍ୟାପ୍ତ ଓ ସବୁଠାରୁ ବଡ ସ୍ଥଳ ଭାଗ ରହିଛି । ଏହି ଟୋଙ୍ଗା ବାସୀ ମାନେ ନିଜର ଖାଦ୍ୟ ଓ ଜୀବନବଞ୍ଚିବା ପାଇ ସମୁଦ୍ର ଉପରେ ନିର୍ଭର ଶୀଳ ହୋଇଥାନ୍ତି । ଏହି ଉଦଗିରଣ ଫଳରେ ବିଭିନ୍ନ ଲୋକଙ୍କର ବହୁତ କ୍ଷୟ କ୍ଷତି ହୋଇଛି । ସମୁଦ୍ର ଉପକୂଳର ମତ୍ସଜୀବି ମାନେ କହିଛନ୍ତି ଏଠାରେ ଥିବା ମାଛ ବିଷ ହୋଇଯାଇଛି । ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଜାରି ରହିଛି। ଉପଗ୍ରହରୁ ମିଳୁଥିବା ଫଟୋଚିତ୍ରରୁ ଦ୍ୱୀପଟି ଧୂଆଁରେ ଭରି ରହିଛି।