ଜାପାନ ପାଇଁ ବଡ ବିପଦ । ଆସିପାରେ ସୁନାମି । ଏଚଏଚକେ କହିଛି ସୁନାମି ଢେଉ ୩ ଫୁଟ ଉଚ୍ଚକୁ ଉଠି ସ୍ଥଳ ଭାଗକୁ ଆସିବ। ସ୍ଥାନୀୟ ସମୟ ରାତି ୧.୩୦ ବେଳକୁ ସୁନାମି ଜାପାନର ୱେଷ୍ଟର୍ଣ୍ଣ ଉପକୂଳରେ ପହଞ୍ଚିପାରେ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।ବଡ଼ଧରରଣ ଭୂକମ୍ପରେ ଦୋହଲିଛି ଫିଲିପାଇନ୍ସର ମିନଡାନାଓ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ବିଭନ୍ନ ସ୍ଥାନରେ ବଡ଼ବଡ଼ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବାରୁ ଭିଡିଓ ସାମ୍ନାକୁ ଆସିଛି। ସେହିପରି ଭୂକମ୍ପ ଝଟକା ପରେ ଫିଲିପାଇନ୍ସ ଓ ଜାପାନରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ୟୁରୋପ-ମେଡିଟେରିଆନ ସେଇସମୋଲୋଜିକାଲ ସେଣ୍ଟର(ଇଏମଏସସି) ଲୋକଙ୍କୁ ସତର୍କ ରହିବାକୁ କହିଛି।ଇଏମଏସସି କହିଛି ଯେ ଭୂକମ୍ପ ଟି ଭୂପୃଷ୍ଠରୁ ୬୩ କିମି ଗଭୀରରେ ସୃଷ୍ଟି ହୋଇଛି। ତୀବ୍ରତା ୭.୫ ଥିବାରୁ ଫିଲିପାଇନ୍ସ ଓ ଜାପାନର କିଛି ସ୍ଥାନରେ ଖୁବଶୀଘ୍ର ସୁନାମି ଆସିପାରେ। ଆଜି ରାତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଇଏମଏସସି କହିଛି। ଫିଲିପାଇନ୍ସର ସେଇସମୋଲୋଜି ଏଜେନ୍ସି ଆଶଙ୍କା କରିଛି ଯେ ସୁନାମି ମଧ୍ୟରାତ୍ର ସୁଦ୍ଧା ଦେଶକୁ ପ୍ରଭାବିତ କରିପାରେ। କାରଣ ସ୍ଥାନୀୟ ସମୟ ରାତି ୧୦.୩୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post