ବିଶ୍ବର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି।ଏହି ତାଲିକାର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍ସିଏଲ୍ କର୍ପୋରେସନ୍’ର ‘ସିଇଓ’ ରୋଶଣୀ ନାଦାର ମାଲହୋତ୍ରା, ୭୦ତମ ସ୍ଥାନରେ ଅଛନ୍ତି ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷା ସୋମା ମଣ୍ଡଳ ଓ ୭୬ତମ ସ୍ଥାନରେ ଅଛନ୍ତି ‘ବାୟୋକନ୍’ର ସଂସ୍ଥାପିକା କିରଣ ମଜୁମଦାର-ଶ’।ଏହି ତାଲିକାର ସର୍ବାଗ୍ରେ ଅଛନ୍ତି ‘ୟୁରୋପିଆନ୍ କମିସନ୍’ର ମୁଖ୍ୟା ଉର୍ସୁଲା ବନ୍ ଡେର୍ ଲିୟେନ୍। ଦ୍ବିତୀୟ ସ୍ଥାନରେ ଅଛନ୍ତି ‘ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍’ର ମୁଖ୍ୟା କ୍ରିଷ୍ଟାଇନ୍ ଲାଗାର୍ଡେ ଓ ତୃତୀୟ ସ୍ଥାନରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ୍। ତାଲିକାର ୫ମ ସ୍ଥାନରେ ଅଛନ୍ତି ଗାୟିକା ଟେଲର୍ ସ୍ବିଫ୍ଟ୍।୨୦୧୯ ମେ’ରେ ଭାରତର ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ‘କର୍ପୋରେଟ୍ ଆଫେୟାର୍ସ’ ମନ୍ତ୍ରାଳୟ ଦାୟିତ୍ବରେ ବି ଅଛନ୍ତି। ରାଜନୀତିରେ ଯୋଗ ଦେବା ଆଗରୁ ସେ ଇଂଲଣ୍ଡ୍ର ‘ଏଗ୍ରିକଲ୍ଚୁରାଲ୍ ଇଞ୍ଜିନିୟର୍ସ ଆସୋସିଏସନ୍’ ଓ ‘ବିବିସି ୱାର୍ଲଡ୍ ସର୍ଭିସ୍’ରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିଲେ ବୋଲି ‘ଫୋବ୍ସ୍’ କହିଛି। ସେ ‘ନ୍ୟାସ୍ନାଲ୍ କମିସନ୍ ଫର୍ ୱିମିନ୍’ର ସଦସ୍ୟ ମଧ୍ୟ ଥିଲେ।ରୋଶଣୀ ନାଦାର ମାଲହୋତ୍ରା ହେଉଛନ୍ତି ‘ଏଚ୍ସିଏଲ୍’ର ସଂସ୍ଥାପକ ତଥା ଶିଳ୍ପପତି ଶିବ ନାଦରଙ୍ଗ ଝିଅ। ‘ଏଚ୍ସିଏଲ୍ ଟେକ୍ନୋଲୋଜି’ର ଅଧ୍ୟକ୍ଷା ଭାବେ ସେ କମ୍ପାନିର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତି ବୋଲି ‘ଫୋବ୍ସ୍’ କହିଛି। ୨୦୨୦ ଜୁଲାଇରେ ସେ ବାପାଙ୍କସ୍ଥାନରେ ଏହି ପଦବୀ ଗ୍ରହଣ କରିଥିଲେ।ସୋମା ମଣ୍ଡଳ ହେଉଛନ୍ତି ରାଷ୍ଟ୍ରାୟତ ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର (ସେଲ୍) ପ୍ରଥମ ମହିଳା ଅଧ୍ୟକ୍ଷା ବୋଲି ‘ଫୋବ୍ସ୍’ କହିଛି। ୨୦୨୧ରୁ ଏହି ପଦବୀରେ ରହି ସେ ‘ସେଲ୍’ର ରେକର୍ଡ ପରିମାଣର ଆର୍ଥିକ ଅଭିବୃଦ୍ଧି ଘଟାଇଛନ୍ତି। ତାଙ୍କ ନେତୃତ୍ବର ପ୍ରଥମ ବର୍ଷରେ କମ୍ପାନିର ଲାଭ ୩ଗୁଣ ହୋଇଯାଇଥିଲା।କିରଣ ମଜୁମଦାର-ଶ’ ହେଉଛନ୍ତି ନିଜ ପ୍ରଚେଷ୍ଟାରେ ବିତ୍ତଶାଳିନୀ ହୋଇଥିବା ମହିଳା ବୋଲି ‘ଫୋବ୍ସ୍’ କହିଛି। ୧୯୭୮ରେ ସେ ‘ବାୟୋଫାର୍ମାସ୍ୟୁଟିକାଲ୍’ କମ୍ପାନି ‘ବାୟୋକନ୍’ ସ୍ଥାପନା କରିଥିଲେ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post