ଚନ୍ଦ୍ରପୃଷ୍ଠ ନିକଟତର ହୋଇ ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’ ପୁଣି ପୃଥିବିକୁ ଫେରି ଆସିବ
ଓ୍ବାସିଂଟନ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଏବେ ଚନ୍ଦ୍ର ନିକଟ ଦେଇ ଗତି କରୁଛି । ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ଏବେ ଗତି କରୁଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ କରି ବାହାରିଛି ଓରିଅନ ।
ଏହାପରେ ଡିସେମ୍ବର 12 ତାରିଖ ସୁଦ୍ଧା ଏହା ପୁଣି ପୃଥିବିକୁ ଫେରିଆସିବ । ଏହାକୁ ନେଇ ଆର୍ଟିମିସ୍-ଓ୍ୱାନ୍ ନାମକ ଏହି ମିଶନ ମହାକାଶକୁ ମାନବ ଯାତ୍ରା ସୁରକ୍ଷିତ କି ନାହିଁ ସୁନିଶ୍ଚିତ କରିବ ବୋଲି ଜଣାପଡିଛି । ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି । ଏପରର୍ଯ୍ୟନ୍ତ ଏହା ଠିକଠାକ ଚାଲିଛି ।