ଆଜି ବିଶ୍ୱ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସମେଟ୍ରୋ ଟିଭି ଓଡିଶା,୪/୨ : ପ୍ରତିବର୍ଷ ଫେବ୍ରୁଆରୀ ୪ତାରିଖରେ ପାଳନ ହୁଏ ବିଶ୍ୱ କର୍କଟ ଦିବସ । ସମଗ୍ର ବିଶ୍ୱରେ କର୍କଟ ଭଳି ବ୍ୟଙ୍କର ରୋଗକୁ ନିରାକରଣ କରିବାକୁ ଏହି ଦିବଦରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ସବୁ ଅନୁଷ୍ଠିତ କରାଯାଏ । ପାଶ୍ଚାତ୍ୟ ଦେଶ ଆମେରିକାରେ ପୁରୁଷଙ୍କୁ ହେଉଥିବା ପ୍ରମୁଖ କ୍ୟାନସର ବା କର୍କଟ ମଧ୍ୟରେ ଅନ୍ୟତମ ଫୁସଫୁସ କର୍କଟ । କେବଳ ଆମେରିକାରେ ବର୍ଷକୁ ପ୍ରାୟ ୬୫ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରୁଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।


ସୂଚନା ଅନୁଯାୟୀ,ସିଗାରେଟ, ବିଡ଼ି, ଧୂଆଁପତ୍ର ଓ ପିକା ପ୍ରଭୃତି ବ୍ୟବହାର ଫୁସ୍‌ଫୁସ୍ କର୍କଟର ପ୍ରଧାନ କାରଣ । ବିଭିନ୍ନ ପରିସଂଖ୍ୟାନ, ପରୀକ୍ଷାଗାରରେ ପରୀକ୍ଷା ଓ ଧୂଆଁ ଟାଣୁଥିବା ଲୋକଙ୍କୁ ପରୀକ୍ଷା କରି ଏହା ପ୍ରମାଣିତ ହୋଇଛି ଯେ- ଫୁସ୍‌ଫୁସ୍ କର୍କଟ ଧୂମପାନ କରୁଥିବା ଲୋକଙ୍କର ବେଶୀ ହୁଏ।

ଯେଉଁ ଲୋକ ଦିନକୁ ୮୦ରୁ ବେଶୀ ସିଗାରେଟ ବା ବିଡ଼ି ୧୦ବର୍ଷରୁ ଟାଣିଥାନ୍ତି, ସେମାନଙ୍କ ମଧ୍ୟରୁ ୧ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ୨୬୨ ଜଣ ଫୁସ୍‌ଫୁସ୍ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି। ପରୀକ୍ଷାଗାରରେ କୁକୁରଙ୍କୁ ଧୁମପାନରେ ଅଭ୍ୟସ୍ତ କରାଯାଇ ଦେଖାଯାଇଛି ଯେ, ଫୁସ୍‌ଫୁସ୍‌ରେ ଧୂଆଁପତ୍ର ନିକୋଟିନ୍ ବସି ଯାଇ ଶ୍ୱାସନଳୀ ଓ ଫୁସ୍‌ଫୁସ୍ ଝିଲ୍ଲୀ ମଧ୍ୟରେ ନାନା ରାସାୟନିକ ପ୍ରକ୍ରିୟା ଦ୍ୱାରା କର୍କଟର ପୂର୍ବାବସ୍ଥା ପ୍ୟାକେଟ ଉପରେ ଲେଖାଯାଇଛି ।

ଧୂମପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏବେ ସମୀକ୍ଷାରୁ ଜଣାପଡ଼ିଛି ଯେ, ଧୂମପାନ ନିଷିଦ୍ଧ ବା କେତେକ ସିଗାରେଟ୍ ପ୍ରଭୃତି ଛାଡ଼ି ଦେବା ଦ୍ୱାରା ଆମେରିକାରେ ପୂର୍ବ ବର୍ଷ ଅପେକ୍ଷା ଫୁସ୍‌ଫୁସ୍ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମିଯାଉଛି ।

World Cancer Day: Inadequate exposure to palliative care in oncology  training say, experts | India News,The Indian Express
pic credit -the indian express

ଆମ ଦେଶରେ ମୁଖ ଗହ୍ବର କର୍କଟ ପ୍ରଧାନ ସମସ୍ୟା ହୋଇଥିଲେ ମଧ୍ୟ ଫୁସ୍‌ଫୁସ୍ କର୍କଟ ରୋଗୀ ବହୁତ ଦେଖାଯାଆନ୍ତି। ତା’ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ୟାନ୍‌ସର ହେଲେ ତାହା ଫୁସ୍‌ଫୁସ୍‌କୁ ମାଡ଼ିଯାଏ ଏବଂ ଶେଷରେ ରୋଗୀ ଏସବୁର ଶିକାର ହୁଏ । କୋଇଲା କାରଖାନା, କପାକଳ ଓ ଆଜବେଷ୍ଟସ୍ କାରଖାନାରେ କାମ କରୁଥିବା ଲୋକଙ୍କର ଏହି କର୍କଟ ରୋଗ ବେଶୀ ହୁଏ ।