ଅଗ୍ନିପଥ ପାଇଁ କେବେ ହେବ ଅଗ୍ନିପରୀକ୍ଷା?୨୪ ଜୁନରୁ ଆରମ୍ଭ ହେବ ନିଯୁକ୍ତି

ମେଟ୍ରୋ ଟିଭି ଓଡିଶା (୧୯.୬.୨୦୨୨)

କେନ୍ଦ୍ର ସରକାରଙ୍କ “ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଜଳୁଛି ନିଆଁ । ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଯୁବଗୋଷ୍ଠୀ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛି । ତେବେ ଅଗ୍ନିବୀରମାନଙ୍କ ଭବିଷ୍ୟତ ପାଇଁ ଏହି ଯୋଜନାରେ ବଡ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି କେନ୍ଦ୍ର ସରକାର ।

ଏହାବ୍ୟତୀତ ୩ ସେନା ମଧ୍ୟରେ ଏକ ବୈଠକ ପରେ ଏ ନେଇ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି । ଏଥିରେ ଅଗ୍ନିବୀର ପାଇଁ ନିଯୁକ୍ତି ନେଇ ସୂଚନା ଦିଆଯାଇଛି ।ଅଗ୍ନିବୀରର ପ୍ରଥମ ବ୍ୟାଚ ଆସନ୍ତା ଡିସେମ୍ବର ସୁଦ୍ଧା ରେଜିମେଣ୍ଟାଲ କେନ୍ଦ୍ରରେ ସାମିଲ କରାଯିବ । ସେହିପରି ଆସନ୍ତାବର୍ଷ ମଧ୍ୟ ଭାଗରେ ସେମାନଙ୍କୁ ନିୟୋଜିତ କରିବା ପାଇଁ ଉପଲବ୍ଧ ହୋଇପାରିବେ । ଅନ୍ୟ ପକ୍ଷରେ ବାୟୁସେନା ମଧ୍ୟ ଏ ନେଇ ଘୋଷଣା କରିଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ନିଯୁକ୍ତିକୁ ନେଇ ଆସିଥିବା କିଛି ନୂଆ ତଥ୍ୟ ।ବିରୋଧ ପରେ ମଧ୍ୟ ସରକାର ଆସନ୍ତା ୨ ଦିନ ମଧ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାଯାଇଛି ।