୫ଦିନ ହାଲୁକା ବର୍ଷା
ଶ୍ରୀକ୍ଷେତ୍ରରେ ଆଜି ମେଘୁଆ ପାଗ ରହିବା ସହ ଝିପିଝିପି ବର୍ଷା ପଡ଼ିଛି। ଶୁଖିଲା ପାଗ ଓ ପ୍ରବଳ ଗୁଳୁଗୁଳି ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରାର ପ୍ରଥମ ଦିନ ଶେଷ ହୋଇଛି। ଅଧା ବାଟରେ ଅଟକି ରହିଥିବା ତିନି ରଥଙ୍କୁ ସୋମବାର ସରଧାବାଲିକୁ ଟାଣି ନିଆଯିବ। ଏହି ସମୟ ମଧ୍ୟରେ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆଜି ପୁଣିଥରେ ଆକଳନ କରିଛି। ତେବେ ଆଜି ଦିନ ସମୟରେ ଭୁବନେଶ୍ବର, କଟକ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୫୨.୬ ମିମି ବର୍ଷା ହୋଇଛି। ଏହାବ୍ୟତୀତ କଟକରେ ୪୬.୨, ଯାଜପୁରରେ ୨୦, ଫୁଲବାଣୀରେ ୧୬.୮, ଗୋପାଳପୁରରେ ୧୬, ଦାରିଙ୍ଗବାଡ଼ିରେ ୧୨, ଖୋର୍ଦ୍ଧାରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ଭବାନୀପାଟଣା, ତାଳଚେର, ବଲାଙ୍ଗୀର, କୋରାପୁଟ, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, ଢେଙ୍କାନାଳ, ନବରଙ୍ଗପୁର, ରାୟଗଡ଼ାରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।