କାଲି ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାର ଇଚ୍ଛା ରଖିଥିବା କାଳିଆ ସାଆନ୍ତ ତାଙ୍କ ଲୀଳା ରଚିଛନ୍ତି। ଆଜି ପହଣ୍ଡି ସଅଳ ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଛି। ଯେଉଁଥିପାଇଁ ତିନି ରଥ ବିଶେଷ ଆଗକୁ ଗଡ଼ି ପାରିନାହାନ୍ତି। ଅନ୍ଧାର ହୋଇଯିବାରୁ ସନ୍ଧ୍ୟା ୬ଟା ୪୫ରୁ ରଥଟଣା ବନ୍ଦ ରଖାଯାଇଛି। ବାରମ୍ବାର ଡାହାଣ ଓ ବାମ କଡ଼ ମାଡ଼ି ତାଳଧ୍ବଜ ରଥ ଗଡ଼ିବାରୁ ରଥଟଣା ବିଳମ୍ବ ହୋଇଛି।ଗତକାଲି ରାତିରୁ ଆଜିର ନୀତି ଆରମ୍ଭ ହେବାକୁ ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଆରମ୍ଭରୁ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲିଥିଲା। ଯେଉଁଥିପାଇଁ ଆଜି ବିନା ପହୁଡ଼ରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଅବକାଶ ପୂଜା ଶେଷ ପରେ ଭୋର ୪ଟା ୪୦ରେ ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ୫ଟା ୧୫ରେ ତାଟି ଫିଟିବା ପରେ ୫ଟା ୩୫ରେ ଧୁଆଧୋଇ ହୋଇ ଚୁନ ପାଣି ପଡ଼ିଥିଲା। ସକାଳ ୬ଟା ୧୦ରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ପରେ ସାଢ଼େ ୬ଟାରେ ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ସାଢ଼େ ୭ଟାରୁ ସାଢ଼େ ୧୨ଟା ଭିତରେ ଏହି ନୀତିକାନ୍ତି ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ସେନାପଟା ଲାଗି ଶେଷ ହୋଇ ସାରିଥିଲା।ଯେହେତୁ ଆଜି ଭକ୍ତଙ୍କୁ ନବଯୌବନ ଦର୍ଶନ ବନ୍ଦ ରଖାଯାଇଥିଲା, ସେଥିପାଇଁ ଶୀଘ୍ର ରଥ ପ୍ରତିଷ୍ଠା, ସେନାପଟା ଓ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ରଥ ପ୍ରତିଷ୍ଠ ଶେଷ ହୋଇଥିଲା। ଏଣୁ ପହଣ୍ଡି ବି ଶୀଘ୍ର ହୋଇଥିଲା। ପୂର୍ବାହ୍ଣ ୧୧ଟା ୧୦ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପରାହ୍ଣ ୨ଟା ୨୦ ଭିତରେ ପହଣ୍ଡି ଶେଷ ହୋଇଥିଲା। ପହଣ୍ଡି ଶେଷ ପରେ ସୁନାର ଝାଡ଼ୁରେ ଗଜପତି ମହାରାଜା ଛେରା ପହଁରା କରିଥିଲେ। ଛେରା ପହଁରା ଶେଷ ପରେ ଚାରମାଳ ଫିଟାଯାଇ ଘୋଡ଼ା, ସାରଥି ଲଗାଯାଇଥିଲା।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post