ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରୂପ ଦେଖାଯାଇଛି। ଉପଖଣ୍ଡର ରାଇରଙ୍ଗପୁର ପୌରପରିଷଦ, ରାଇରଙ୍ଗପୁର ବ୍ଲକ୍, ବିଜାତଳା, କୁସୁମୀ, ଜାମଦା, ବହଳଦା ପ୍ରଭୃତି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଝଡ଼ ତୋଫାନ, ବର୍ଷା ସହିତ କୁଆ ପଥର ମାଡ ଯୋଗୁଁ ବହୁ ଲୋକଙ୍କ ଛପର ଉଡିଯାଉଥିବା ବେଳେ କିଛି ଲୋକଙ୍କ ଛାତ ଓ ଛପର ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।

କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି। ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଞ୍ଚାଲରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି। ଏପରିକି ରାଇରଙ୍ଗପୁର ସହରରେ ମଧ୍ୟ ରିପୋର୍ଟ ଲେଖା ହେବା ସୁଦ୍ଧା ବିଦ୍ୟୁତ୍ ଆସିନଥିବା ସୂଚନା ମିଳିଛି। ସନ୍ଧ୍ୟା ସମୟ ହୋଇଥିବାରୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ତେବେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ବନ୍ ବିଭାଗ ବିଭିନ୍ନ ସ୍ଥାନରେ ପଡ଼ିଥିବା ବଡ଼ବଡ଼ ଗଛ ସଫା କରୁଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  ସୂଚନା ମିଳିଛି ଯେ ୧୯ ରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ ଏବଂ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ନେଇ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ହେବା ସହ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭବନା ରହିଥିବା ନେଇ ପୂର୍ବାନୁମାନ କରାଯାଇଥିଲା।

Leave a comment