କିଛି ରାଜ୍ୟରେ ଏବେ ପ୍ରବଳ ଥଣ୍ଡା

 

ଭୁବେନଶ୍ବର: କିଛି ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା କାରଣରୁ ନିକଟରେ ଦେଶର କିଛି ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଶାରେ ବି ଥଣ୍ଡା ଅନୁଭୂତ ହୋଇଛି ।

 

ତେବେ ପ୍ରବଳ ଶୀତ ମଧ୍ୟରେ ଜନସାଧାରଣଙ୍କ ପାଇଁ ପୁଣି ଏକ ଚିନ୍ତାଜନକ ଖବର ଆସିଛି । ଏବେ ଶୀତ ଲୋକଙ୍କୁ କନ୍ଦାଉଥିବା ବେଳେ ଆଗକୁ ବର୍ଷା ଲୋକଙ୍କୁ କଲବଲ କରିପାରେ । ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେଣୁ ଏହାର ପ୍ରଭାବରେ  ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ତେବେ ଏହି ବର୍ଷା ଓଡ଼ିଶା ପାଇଁ ନୁହେଁ । କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।