ଆହୁରି ୫ ଦିନ ଘଡ଼ଘଡ଼ି ସହ ବର୍ଷା
ଆହୁରି ୫ ଦିନ ଘଡ଼ଘଡ଼ି ସହ ବର୍ଷା । ପୂର୍ବଭାରତ ଉପରେ ରହିଥିବା ସବଟ୍ରପିକାଲ ପଶ୍ଚିମୀ ଜେଟ୍ ଷ୍ଟ୍ରିମ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ରାଜ୍ୟରେ ଆସନ୍ତା ୫ ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି। ସେହିପରି ୭ଦିନ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବାଲେଶ୍ଵରରେ ଗତକାଲି ରାତିରେ କାଳବୈଶାଖୀ ଯୋଗୁଁ ବର୍ଷା ଓ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା । ପ୍ରାୟ ୨ ଧଣ୍ଟା ଧରି ବର୍ଷା ହୋଇଥିଲା । ତୁହାକୁ ତୁହା ବର୍ଷା ସହ ଘଡଘଡି ଭୟ ସୃଷ୍ଟି କରିଥିଲା । ବାଲେଶ୍ଵର ସହର ସୁଏଲ୍ ପୁର ଅଞ୍ଚଳରେ ଗତକାଲି ରାତ୍ରିରେ କାଳବୈଶାଖୀ ବର୍ଷା ବେଳେ ବଜ୍ରାଘାତ ରେ ଏକ ନଡ଼ିଆ ଘଛ ଜଳି ଯାଇଛି । ବଜ୍ରପାତ ବେଳେ ନଡ଼ିଆ ଗଛଟି ଜଳୁଥିବା ବେଳେ ଜଣେ ବ୍ୟକ୍ତି ଏହି ଭିଡିଓ ଟିକୁ କ୍ୟାମେରାରେ କଏଦ କରୁଛନ୍ତି । ଗତକାଲି ରାତ୍ରିରେ ଏତେ ଜୋର୍ ବଜ୍ରପାତ ହୋଇଥିଲା ଯେ ଲୋକେ ବାହାରକୁ ବାହାରିବାକୁ ଭୟ କରିଥିଲେ ।