23 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା
ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ । ପାଣିପାଗ କେନ୍ଦ୍ର କହିଲା ଏଯାଏଁ ହୋଇନାହିଁ ବାତ୍ୟା ଆକଳନ । 20 ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା । 22ରେ ଲଘୁଚାପ ଓ 24ରେ ନେଇପାରେ ଅବପାତର ରୂପ । 23 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା |୧୪ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦେଇଛି ପାଣିପାଗ ବିଭାଗ | ସମ୍ବଲପୁର,ଝାରସୁଗୁଡା,ଦେବଗଡ,କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷ ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି | ବିଭିନ୍ନ ବିଦେଶୀ ମଡେଲଙ୍କ ଆକଳନ, ଓଡ଼ିଶା ମୁହାଁ ହେବ ବାତ୍ୟା |