ରାଜ୍ୟରେ ବଢ଼ଚାଲିଛି ଖରାର ପ୍ରକୋପ
କଲବଲ କରିବ ଖରା । ଆଗକୁ ଭୟଙ୍କର ତାତି । ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ । ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି ।ସେହିପରି ଶନିବାର ଝାରସୁଗୁଡ଼ା ଓ ହୀରାଦୁଦରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସମ୍ବଲପୁରରେ ୩୯.୯, ସୁନ୍ଦରଗଡ଼ରେ ୩୯.୫, ରାଉରକେଲା ଓ ବରଗଡ଼ରେ ୩୮.୮, ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୩୮.୫ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ୩୪.୨ ଓ କଟକରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା। ଅଧିକାଂଶ ସ୍ଥାନରେ ମଧ୍ୟାହ୍ନରେ ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା।