ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ିବାକୁ ଲାଗିଛି,ପାରଦ ୪୦ ଡିଗ୍ରୀ ଛୁଇଁବାକୁ ବସିଲାଣି
ମାର୍ଚ୍ଚ ମାସରେ ଖରାର ପ୍ରକୋପ ବଢ଼ୁଛି । ତାପମାତ୍ରା ବଢ଼ିବା ପରେ ଚିନ୍ତାରେ ଅଞ୍ଚଳବାସୀ । ମାର୍ଚ୍ଚ ମାସରୁ ତାପମାତ୍ରା ୪୦ଡିଗ୍ରୀ ଛୁଇଁଲାଣି । ତାତି ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢ଼ିବାକୁ ଲାଗିଛି । ପାରଦ ୪୦ ଡିଗ୍ରୀ ଛୁଇଁବାକୁ ବସିଲାଣି । କଣ୍ଟାବାଞ୍ଜି ସହର ତଥା ଆଖପାଖ ଅଂଚଳରେ ଏବେ ତାତିର ପ୍ରକୋପ । ମାର୍ଚ୍ଚ ମାସରୁ ଅସହ୍ୟ ଖରାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ଥଣ୍ଡା ପାନୀୟ ବିଭିନ୍ନ ଫଳ ଦୋକାନ, ତରଭୁଜ ଓ ଆଖୁରସ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଚିନ୍ତାରେ ଅଛନ୍ତି ଅଂଚଳବାସୀ । ଖରାର ପ୍ରକୋପ କୁ ନେଇ ସ୍ଥାନୀୟ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଣ୍ଟାବାଞ୍ଜି ରିପୋର୍ଟର ଦୀପକ ଯାଦବ ।
ଏଥିସହ ଜାଣିରଖନ୍ତୁ ଯେ, ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାପମାତ୍ରା । ଗତକାଲି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୪୦.୬ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୫.୫ ଡିଗ୍ରୀ ସେଲସିୟସ ରହିଛି । କିଛି ଅଞ୍ଚଳରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହିଥିବାରୁ ଗରମର ପ୍ରଭାବ ବଢ଼ିବା ଆରମ୍ଭ ହୋଇଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ସମ୍ବଲପୁର ଓ ଝାରସୁଗୁଡାରେ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କାଲିଠାରୁ କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି । ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ଆଶଙ୍କା ଥିବାବେଳେ ପବନର ବେଗ ଘଣ୍ଟାପିଛା ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ବିଜୁଳି, ଘଡଘଡି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।